ଆଦର୍ଶ ପାଠାଗାରର ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ଠାରେ ହେଉଥିବା ରାଉରକେଲା ପୁସ୍ତକ ମେଳା ଆସନ୍ତା ୨୦୨୩ ମସିହା ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ୨୭ତମ ପୁସ୍ତକ ମେଳା ଆୟୋଜିତ ହୋଇଥିଲା । କରୋନା ପାଇଁ ଗତ ଦୁଇବର୍ଷ ପୁସ୍ତକ ମେଳା ହୋଇପାରିନଥିଲା । ତେବେ ଆସନ୍ତା ଫେବୃଆରୀରେ ୨୮ତମ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ସଂପର୍କରେ ଅଧିକ ଜାଣିବା ପାଇଁ ଜ୍ଞାନେନ୍ଦ୍ର କୁମାର ଦାଶ ମୋ ୬୩୭୧୭୪୧୧୭୨ରେ ଯୋଗଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.