centurian jitm

ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

nschool

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍କକ ଅନ୍ତର୍ଗତ ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥିଭାବରେ ସହ ଶିକ୍ଷକ ଦେବରାଜ ପଧାନ ମାତୃଭାଷାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ଉର୍ବଶୀ ରାଜହଂସ ଓ ଅନୀମା ପଧାନ ଯୋଗଦେଇଥିଲେ । ଉପସ୍ଥିତ ସମସ୍ତ ଅତିଥି ଜୀବନ ଗଢ଼ିବା ପାଇଁ ମାତୃଭାଷାର ମହତ୍ତ୍ଵ ସମ୍ଵନ୍ଧରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୁତଲିଖନ, କୁଇଜ୍ ଓ କବିତା ପଠନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଶପଥପାଠ କରିଥିଲେ । ସହ ଶିକ୍ଷକ ସନ୍ଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.