ବି.ସି.ସି ବ୍ୟାଙ୍କ ଡାଇରେକ୍ଟର ତଥା ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କ ମାତୃ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ପୂର୍ବତନ ସରପଞ୍ଚ ତଥା ବି.ସି.ସି ବ୍ୟାଙ୍କ, ଭବାନୀପାଟଣା ଡାଇରେକ୍ଟର ରମେଶ ଚନ୍ଦ୍ର ସାହୁଙ୍କ ମାଆ ଲଳିତା ସାହୁ (୭୧)ଙ୍କ ବୁଧବାର ରାତି ଘ.୩.୨୦ ମିନିଟ୍ ସମୟରେ ସାଲେପାଲି ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ସକାଳୁ ସକାଳୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କରି ଶେଷ ଦର୍ଶନ କରିଥିବା ବେଳେ ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.