oum

ଆଜି ବିଶ୍ୱ ମାତୃଭାଷା ଦିବସ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମାଜ ବିକାଶ ଦିଗରେ ଭାଷାର ମହତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଭାଷା କେବଳ ବ୍ୟକ୍ତିର ଭାବ ଆଦାନ ପ୍ରଦାନ ମାଧ୍ୟମ ନୁହେଁ, ଏହା ସମାଜର ବିକାଶ ସାଧନର ମାଧ୍ୟମ ଅଟେ । ହେଲେ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନ ହେବା ପରେ ଆମେ ଭାଷାକୁ ସବୁଠୁ ଅଧିକ ଅବହେଳା କରୁଥିବା ବେଳେ ଏଥିପାଇଁ ଦେଶରେ ସବୁଠୁ ଅବହେଳିତ ରାଜ୍ୟ ହେଉଛି ଓଡ଼ିଶା । ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରେ ମଧ୍ୟ ଓଡିଶାରେ ଭାଷାକୁ ସେତିକି ଗୁରୁତ୍ୱ ଦିଆଯାଇନାହିିଁ । ଏଥିପାଇଁ ଶିକ୍ଷା, ପ୍ରଶାସନ ଓ ଆମ ସମାଜ ଦାୟୀ ବୋଲି ମତ ପ୍ରକାଶ ପାଏ । ତେଣୁ ମାତୃଭାଷା ଦିବସରେ ଆମକୁ ସଚେତନ ହେବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.