ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲିଲି ପଟେଲ ଯୋଗଦେଇ ଶିଶୁମାନଙ୍କ ଭବିଷ୍ୟତ ପାଇଁ ମାଆ ମାନଙ୍କ ଭୂମିକା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ତଥା ମାଆମାନଙ୍କ ପାଇଁ କିଛି କଥା ରଖିଥିଲେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ବିଶ୍ୱନାଥ ଷଡ଼ଙ୍ଗୀ । ପରିଶେଷରେ ସଦସ୍ୟା ସୈରିନ୍ଦ୍ରି ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମାଆମାନଙ୍କ ମଧ୍ୟରେ ବେଲୁନ୍ ଦୌଡ଼ ହୋଇଥିଲା । ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରସ୍ୱତୀଙ୍କ ବିସର୍ଜନ ମଧ୍ୟ ମାଆମାନଙ୍କ ଦ୍ୱାରା କରାଯାଇଥିଲା ।

Leave A Reply

Your email address will not be published.