ପାଇକମାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ଭାରତୀ ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ଭାରତୀ ଗଠନ ହୋଇଥିଲା । ପରିଚାଳନା ସମିତିର ସଂପାଦକ ତ୍ରିଲୋଚନ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାର୍ଗଦର୍ଶନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନାଚାର୍ୟ୍ୟ ସାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ ସହିତ ସଂଯୋଜନା କରିଥିଲେ । ମାତୃଭାରତୀ ଗଠନ ପାଇଁ ଦାୟିତ୍ୱ ମାନ ବଣ୍ଟନ କରାଯାଇଛି । ମାତୃଭାରତୀର ନୂତନ ଭାବେ ପଦବୀ ପାଇଁ ଚୟନ ହେଲେ ଅଧ୍ୟକ୍ଷ ଶ୍ରୀମତୀ ସୁନନ୍ଦା ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀମତୀ ରୀତା ସାହୁ, ମନ୍ତ୍ରୀ ଶ୍ରୀମତୀ ଦୀପାଂଜଳି ପୁରୋହିତ, ଉପ ମନ୍ତ୍ରୀ ଶ୍ରୀମତୀ ରଞ୍ଜୁ ସାହୁ, ପ୍ରଚାର ପ୍ରସାର ପ୍ରମୁଖ ସୁଶ୍ରୀ ଡଲି ମେହେର, ସ୍ବଛତା ପ୍ରମୁଖ ଶ୍ରୀମତୀ ଆଶା ସୁପକାର, ସଂଯୋଜିକା ଶ୍ରୀମତୀ ସସ୍ମିତା ମହାନ୍ତି, ନିର୍ଦ୍ଦେଶିକା ଶ୍ରୀମତୀ ପ୍ରତିମା ଭୋଇ। କାର୍ୟ୍ୟକ୍ରମକୁ ସଫଳ ମଣ୍ତିତ କରିବା ପାଇଁ ବିଦ୍ୟାଳୟ ଗୁରୁମା ସୁଶ୍ରୀ ଜ୍ୟୋତି ଭୋଇ ସହଯୋଗ କରିଥିବା ବେଳେ ଶିଶୁବାଟିକା ପ୍ରମୁଖା ଶ୍ରୀମତୀ ରେବତୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.