ମାଟ୍ରିକ ଫଳ ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣ ପାଇଁ ମାଟ୍ରିକ ପରୀକ୍ଷେକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦରେ ଥିବା ବେଳେ ସରକାର ପରୀକ୍ଷାକୁ ବାତିଲ କରିଦେଥିଲେ । କିନ୍ତୁ ପିଲାଙ୍କ ମନରେ ରେଜଲ୍ଟକୁନେଇ ମଧ୍ୟ ଚିନ୍ତା ଲାଗିରହିଥିଲା । ତେବେ ସବୁ ଦ୍ୱନ୍ଦଦୂର ଏବେ ହୋଇଯାଛି । ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମାଟ୍ରିକ୍‌ ରେଜଲ୍ଟ ବାହାରିବା ନେଇ ସେ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ କାର୍ୟ୍ୟ ସଠିକ୍ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ।

Leave A Reply

Your email address will not be published.