oom

ମ୍ୟାଟ୍ରିକ ପରୀକ୍ଷା ମାର୍କକୁ ନେଇ ମାନସିକ ଭରସାମ୍ୟ ହରାଇ ଛାତ୍ରୀଙ୍କ ଆତ୍ମହତ୍ୟା

jsmm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଥାନା ଅଧିନସ୍ଥ ଟିକ୍ରାପଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ଗାଁର ଜଗଦିଶ ବିଭାରଙ୍କ ଝିଅ ଦୁଶୀଲା ବିଭାର ଚଳିତ ଦଶମ ଶ୍ରେଣୀରେ କମ୍‌ ମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଆଜି ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇ ଘର ଲୋକଙ୍କ ସହ ଟିଟିଲାଗଡ଼ ପୋଲିସ ଦଉଡି କାଟି ଦୁଶୀଲାକୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ଆଣିଥିଲେ । ହେଲେ ଡାକ୍ତର ଦୁଶୀଲାକୁ ମୃତ ଘୋଷଣା କରିଥିଲେ । ଚଳିତ ବର୍ଷ ମହାମାରୀ କୋଭିଡ ୧୯ର ଭୟବହତାକୁ ଆଖି ଆଗରେ ରଖି ବିନା ବୋର୍ଡ ପରୀକ୍ଷାରେ ପୂର୍ବ ପ୍ରିଟେଷ୍ଟ, ଟେଷ୍ଟ ପରୀକ୍ଷା ଅନୁଯାୟୀ ମାର୍କ ନିର୍ଧାରଣ କରିବା ଯୋଗୁଁ ଦୁଶୀଲା ମାତ୍ର ୨୫୮ ମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ କହିଛନ୍ତି । ତେବେ ଟିଟିଲାଗଡ଼ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.