ବଲାଙ୍ଗିର, (କେପିଏନ୍ଏସ୍) : ମଠଖାଇ ମହୋତ୍ସବ ତୃତୀୟ ସଂଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ପ୍ରଗତିବାଦୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ଓ ନାଟ୍ୟ ନିର୍ଦେଶକ ତଥା ଲେଖକ ମନୋରଞ୍ଜନ ସାହୁ ଯୋଗଦାନ କରିଛନ୍ତି । ମୁଖ୍ୟଅତିଥି ବରଗଡ଼ ସାଂସଦ ଶ୍ରୀ ପୁରୋହିତ କହିଛନ୍ତି, ନାଟକ, ଅଭିନୟ ଓ ସିନେମା ଦ୍ୱାରା ବ୍ୟକ୍ତିର ପରିବର୍ତ୍ତନ ହୁଏ ଏହାର ଉଦାହରଣ ଅନେକ । ନାଟକ ସମାଜକୁ ଅନେକ ମାତ୍ରାରେ ପ୍ରଭାବିତ କରେ । ମୋ ମନରେ ମଧ୍ୟ ଅତୀତରେ ନାଟକ କରିବାର ପ୍ରବଳ ଇଛା ଥିଲା କାରଣ ମୋର ବିଶ୍ୱାସ ଏହାଦ୍ୱରା ସମାଜକୁ ପ୍ରଭାବିତ କରିହୁଏ । କିନ୍ତୁ ଈଶ୍ୱରଙ୍କ ଇଚ୍ଛା ଆଗରେ ଆମେ ନିମିତ୍ତ ମାତ୍ର । ଭୂମିକାର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିଥିଲେ ଶ୍ରୀ ପୁରୋହିତ । ସମ୍ମାନିତ ଅତିଥି ପ୍ରଗତିବାଦୀର ସଂପାଦକ ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଛନ୍ତି, ନାଟକ ଜିଇଁବାର ଏକ କଳା । ଏହିଠୁ ଗଲେ ପୁଣି ଚିନ୍ତାଗ୍ରସ୍ତ ହୋଇଯିବେ, କିନ୍ତୁ ଏହି ନାଟକ ଉପଭୋଗ କରୁଥିବା ପର୍ୟ୍ୟନ୍ତ ଆପଣ ଚିନ୍ତାମୁକ୍ତ ରହିବେ ନିଶ୍ଚୟ । ସଚ୍ଚା ନାଟକ ଦେଖିବା ଦର୍ଶକ ଆଜି ବିରଳ, କାରଣ ଅମପାଖରେ ଧର୍ୟ୍ୟର ଅଭାବ । ନାଟକ ନିଶ୍ଚୟ ଆପଣଙ୍କୁ ଏକ ସରଳ ଓ ସଫଳ ମାର୍ଗଦର୍ଶନ କରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବିଜ୍ଞାନ ରାସ୍ତାରେ ଯାଇ ଏକ ପ୍ରକୃତ ଜୀବନ ପାଇବା ନା ମାଟି ଭିତରେ ଥିବା ଭଗବାନକୁ ଖୋଜି ଦୁଇ ସମ୍ପ୍ରଦାୟ ଭିତରେ ଝଗଡା ସୃଷ୍ଟି କରିବା, ନିର୍ଣ୍ଣୟ ଆପଣଙ୍କ । ସେହିପରି ନାଟ୍ୟକାର ଶ୍ରୀ ସାହୁ କହିଛନ୍ତି, ଯେତେ ପାପୀ ସ୍ବର୍ଗକୁ ଯାଆନ୍ତୁ, କାରଣ ସେମାନେ ଆଉ ଇହଧାମକୁ ଫେରିବେ ନାହିଁ । ସେହିପରି ଭଲ ଲୋକ ନର୍କକୁ ଗଲେ, ପୁଣି ଏହି ଜଗତରେ ଜନ୍ମ ନେବେ । ମୁଁ ନାଟକ କରୁଥିଲି ଓ କରୁଥିବି । ନିଜ ଅଭିଭାଷଣରେ ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି, ଏହି ନାଟକ ଆନ୍ଦୋଳନକୁ ଏକାଠି ହୋଇ ଆଗେଇନେବାକୁ ଓ ଆମ ସମାଜକୁ ଏକ ବଳିଷ୍ଠ ସମାଜ ଭାବେ ତିଆରି କରିବାକୁ ସମସ୍ସ୍ତଙ୍ଙ୍କୁ ଅନୁରୋଧ । ଏହି ମଞ୍ଚ ରାଜନୀତିର ନୁହେଁ, ଏହା ସମସ୍ତଙ୍କୁ ଏକ କରି ସମାଜକୁ ଦିଗଦର୍ଶନ ଦେବାର ମଞ୍ଚ । ଆସନ୍ତୁ ସମସ୍ତେ ମିଶି ଏହାକୁ ଆଗକୁ ନେବା । ଆଜିର ମଂଚ ସ୍ୱର୍ଗତ ଭାଷ୍କର ରାୟ ମେହେଟାଙ୍କ ନାମରେ ସମର୍ପିତ ହୋଇଥିବା ବେଳେ ସୋନପୁର ମାଟିର ଦଣ୍ଡ ନୃତ୍ୟଗୁରୁ ବିପିନ୍ ଜାଲଙ୍କ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ସୋମ ନାଏକ । ଅତିଥି ମାନଙ୍କ ସହ ସଭାପତି ବୀରେନ୍ଦ୍ର କୁମାର ବନଛୋର ଏବଂ ସମ୍ପାଦକ ନୟନ କୁମାର ମହାନ୍ତି ମଂଚାସୀନ ଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବୀରେନ୍ଦ୍ର ଝାଙ୍କର । ସଭା ପରେ କୋଶଲି ନାଟକ ‘ଉଲ୍ପୀ’ ମଂଚସ୍ଥ ହୋଇଥିଲା ।
Next Post