oom

ଜାନୁୟାରୀ ୫ରୁ ୧୬ତମ ମଠଖାଇ ମହୋତ୍ସବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମହାଲକ୍ଷ୍ମୀ ନଗର ସ୍ଥିତ ସଂସ୍କୃତି ମଣ୍ଡପଠାରେ ମଠଖାଇ ମହୋତ୍ସବର ପ୍ରଚାର କମିଟିର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଭୂମିକାର ବରିଷ୍ଠ ସଭ୍ୟ ବୀରେନ୍ଦ୍ର ବନଛୋରଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକରେ ପ୍ରଚାର କମିଟିର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏହି ୧୬ତମ ମଠଖାଇ ମହୋତ୍ସବରେ ୨ଟି କୋଶଲି ନାଟକ, ଦୁଇଟି ହିନ୍ଦୀ ନାଟକ ଓ ଗୋଟିଏ ଓଡ଼ିଆ ନାଟକ ଅଂଶଗ୍ରହଣ କରିବା ସହିତ ୫ଟି ସାଂସ୍କୃତିକ ଦଳ ନିଜର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସହମତି ପ୍ରଦାନ କରିଛନ୍ତି ବୋଲି ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସୂଚନା ଦେଇଛନ୍ତି । ଏହି ମହୋତ୍ସବରେ ପ୍ରତ୍ୟେକ ଦିନ ଓଡ଼ିଶାର ବିଶିଷ୍ଠ ରାଜନେତା, ବିଶିଷ୍ଠ ବ୍ୟକ୍ତିବିଶେଷ, ସାମ୍ବାଦିକ ତଥା ନାଟ୍ୟ କଳାକାର ଅତିଥି ରୂପେ ଯୋଗଦେବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ପ୍ରତିବର୍ଷ ପରି ଏଭଳି ମଧ୍ୟ ବିଭିନ୍ନ କ୍ଷେତ୍ରରେ ୫ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯିବ । ଏହି ମହୋତ୍ସବର ପ୍ରାରମ୍ଭିକ ଦିନ ସହରର ବିଭିନ୍ନ ସ୍ଥାନରେ ପଥ ମହୋତ୍ସବର ଆୟୋଜନ କରାଯିବ ବୋଲି ମହୋତ୍ସବର ସାଂସ୍କୃତିକ କମିଟି ପ୍ରକାଶ କରିଛି । ଏହିଦିନ ପ୍ରଚାର କମିଟି ପ୍ରସ୍ତୁତି ସଭାରେ ଭୂମିକା ତଥା ମଠଖାଇ ମହୋତ୍ସବର ବରିଷ୍ଠ ସଭ୍ୟ ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ, ଶିରିଷ ହୋତା, ନୟନ ମହାନ୍ତି, ଶିବ ମେହେର, ଡଃ. ପ୍ରକାଶ ଦାଶ, ମୁକେଶ ବହିଦାର ପ୍ରମୁଖ ଯୋଗଦେଇ ନିଜର ମତାମତ ଦେଇଥିଲେ । ଶେଷରେ ନୟନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.