ଭାରତ-ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା : ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍‌ଘାଟନୀ ମ୍ୟାନ ଅନୁଷ୍ଠିତ ହେବ । ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ବରରୁ ବିମାନଯୋଗେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ଣ୪ଟା ୪୫ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ସିଧା ବିଶ୍ୱକପ ହକି ଗ୍ରାମକୁ ଯିବେ । ୬ଟା ୪୫ରେ ହକି ଗ୍ରାମରୁ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯିବା ସହିତ ଭାରତ ଓ ସ୍ପେନ ମ୍ୟାଚକୁ ଉପଭୋଗ କରିବା କାର୍ଯ୍ୟକ୍ରମ ରହିଛି । ରାତି ୭ଟା ୩୦ରେ ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମରୁ ବିଶ୍ୱକପ ଗ୍ରାମକୁ ଫେରିବା ସହିତ ସେଠାରେ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି । ୧୪ ତାରିଖ ପୂର୍ବାହ୍ଣ ୧୧ଟା୨୦ରେ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଗ୍ରାମରୁ ରାଉରକେଲା ବିମାନବନ୍ଦରକୁ ଯାଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ଦଳର ରାଜ୍ୟ ବରିଷ୍ଠ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

Leave A Reply

Your email address will not be published.