jayashree

ପଦ୍ମପୁର ଓ ପାଇକମାଲରେ ନମୋ ନବ ମତଦାତା ସମ୍ମିଳନୀ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦ୍ୱାରା ନୂତନ ଭୋଟରଙ୍କୁ ନେଇ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆଜି ଯୁବମୋର୍ଚ୍ଚା ତରଫରୁ ନୂତନ ମତଦାତାମାନଙ୍କୁ ସଙ୍ଗଠିତ ଏବଂ ସଚେତନ କରିବା ପାଇଁ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଓଡିଶା ରାଜ୍ୟ ବିଜେପି ବରିଷ୍ଠ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏବଂ ପ୍ରୀତେଶ ବହିଦାରଙ୍କ ସଂଯୋଜନାରେ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ରାଜାଜୀ ଟାଉନ୍‌ ହଲ୍‌ଠାରେ ଇଂ. କୁନାଲ ପାଣିଗ୍ରାହୀଙ୍କ ସଂଚଳନାରେ ସଭା ଆୟୋଜିତ ହୋଇଥିବା ବେଳେ ଡା. ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ସିଦ୍ଧାର୍ଥ ମିଶ୍ର, ସୁନୀଲ ଅଗ୍ରୱାଲ, ହରେକୃଷ୍ଣ ପଟେଲ, ଦିବ୍ୟ କିଶୋର ପଧାନ, କେତନ ମେହେର, ସରସ୍ୱତୀ ସାହୁ, ଚିନ୍ମୟ ପଣ୍ଡା, ଆନନ୍ଦ ବେହେରା, ଦୀନେଶ ସେଠଙ୍କ ସହ ନରେଶ ସୁନ୍ଦର ସାହୁ, ଜ୍ୟୋତ୍ସ୍ନାରାଣୀ କର, ନରୋତ୍ତମ ପଧାନ, ପ୍ରତାପ ନାଥ, ସରୋଜ ମିଶ୍ର, ମଣ୍ଟୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା, ଦୀନେଶ ବାରିକ, ପ୍ରମୋଦ ମେହେର, ରମଣୀ ହୋତା, ନୀତେଶ ବାଗ, ଗୋକୁଳା ବଗର୍ତ୍ତୀ, ରୋହିତ ସେଠ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିବା ବେଳେ ପାଇକମାଲରେ ଆୟୋଜିତ ସଭାରେ ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ, ସୁରେନ୍ଦେ ସିଂ ବରିହା, ସୁଶାନ୍ତ ନାଗ, କୈଳାଶ ଦିଶ୍ରୀ, ସଞ୍ଜୟ ବେହେରା, ଚିନ୍ତାମଣି ରାଉତ, ଭୀଷ୍ମଦେବ ସାହୁ, ବିକି ଅଗ୍ରୱାଲ, ଜୟ ପ୍ରକାଶ ପ୍ରଧାନ, ଯୋଗେନ୍ଦ୍ର ଭୋଇ ପ୍ରମୁଖଙ୍କ ସହାୟତାରେ ଆଇଓସିଏଲ୍‌ ଗେଷ୍ଟ୍‌ ହାଉସ୍‌ଠାରେ ନମୋ ନବ ମତଦାତା ସମ୍ମିଳନୀର ଆୟୋଜନ ସହ ଏଲ୍‌ଇଡି ମାଧ୍ୟମରେ ଯୁବ ମତଦାତାମାନଙ୍କୁ ମୋଦିଜୀଙ୍କ ବିଚାର ଏବଂ ଯୁବ ଶକ୍ତିର ବିକାଶ ସହ ସ୍ୱାବଲମ୍ବିତା ବିଷୟରେ ଉଦ୍‌ବୋଧନ ଦେଇଥିବା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନବ ମତଦାତା ଜାଗରଣ ଏବଂ ସଙ୍ଗଠିତ ହେବା ସହ ଦେଶର ବିକାଶ ଏବଂ ଉନ୍ନତିରେ ନିଜର ସ୍ୱେଚ୍ଛାକୃତ ଅବଦାନ ପାଇଁ ଆହ୍ୱାନ ଦେଇଥିଲେ । ନମୋ ନବ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସହସ୍ରାଧିକ ନୂଆ ଭୋଟରଙ୍କୁ ସମ୍ବୋଧନ କରିବା ସହ ସମସ୍ତଙ୍କୁ ରାଷ୍ଟ୍ରୀୟ ମତଦାତା ଦିବସର ଶୁଭେଚ୍ଛା ଜ୍ଞାପନ ସହ ଯୁବକଙ୍କୁ ନୂଆ ଭାରତ ଗଠନ ପାଇଁ ଏକଜୁଟ ହୋଇ ଆଗେଇଯିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ୧୮ରୁ ୨୫ ବର୍ଷ ପର୍ଯ୍ୟନ୍ତ ଯୁବ ଛାତ୍ରଛାତ୍ରୀ ଏବଂ ଯୁବକ ଭୋଟରମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ଆଗାମୀ ଦିନରେ କିପରି ସ୍ୱାବଲମ୍ବୀ ହେବେ ଏବଂ ସଚେତନତା ସହ ନିଜର ବିକାଶ ଓ ଦେଶର ଉନ୍ନତିରେ ସୁଦୃଢ଼ ଯୋଗଦାନ ଦେବେ ସେ ନେଇ ଉତ୍ସାହିତ ହେବାସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ତେବେ ନିଜର ହକ୍‌ ଗଣତନ୍ତ୍ରରେ ନିଜର ସର୍ବବୃହତ ଅସ୍ତ୍ର ଭାବରେ ନିଜର ଭୋଟକୁ ଭାବିଚିନ୍ତି ଦେଶର ବିକାଶ ଓ ନବ ଭାରତର ନିର୍ମାଣ ସହ ନିଜ ଅଞ୍ଚଳ ଏବଂ ନିଜ ସଂସ୍କୃତିର ମର୍ଯ୍ୟାଦା ରକ୍ଷା ପାଇଁ ସଠିକ ନିଷ୍ପତ୍ତି ସହ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ।

Leave A Reply

Your email address will not be published.