centurian jitm

ସରକାରୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି । ଏହି ଦିବସରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା, ଭା. ପ୍ର. ସେ. ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୁଷଣ, ଓ.ପ୍ର.ସେ. ମଧ୍ୟ ଯୋଗ ଦେଇଥିଲେ । ମନୋରଞ୍ଜନ ମିଶ୍ର, ଅଧ୍ୟକ୍ଷ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ ବିଦ୍ୟାର୍ଥୀମାନଙ୍କୁ ଗୋଟିଏ ମତଦାତା ହିସାବରେ ତାଙ୍କର ଗଣତାନ୍ତ୍ରିକ ଅଧିକାର ବିଷୟରେ ଅବଗତ କରାଇଥିଲେ ଓ ଏକ ସୁଦୃଢ ଗଣତନ୍ତ୍ର ରାଷ୍ଟ୍ର ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରିବା ସହିତ ପ୍ରତ୍ୟେକ ମତଦାତାଙ୍କ ମତଦାନ ମୂଲ୍ୟବାନ ଅଟେ ବୋଲି ଅବଗତ କରିଥିଲେ । ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ, ୨୦୨୩ (ଝକ୍ଟ୍ରରମସବକ୍ଷ ଝଙ୍କଜ୍ଞଜ୍ଞବକ୍ସଚ୍ଚ ଜରଙ୍ଖସଗ୍ଦସକ୍ଟଦ୍ଭ, ୨୦୨୩)ରେ ଭଲ ପଦର୍ଶନ କରି କାମ କରିଥିବାରୁ ଶ୍ରୀମତୀ ମୀନା ବଗର୍ତିଙ୍କୁ ଅଧିକ ନୂତନ ଯୁବ ମତଦାତା ଅନ୍ତର୍ଭୁକ୍ତ କରିବା ସକାଶେ, ହୃଷିକେଶ ସାଇଙ୍କୁ ଅଧିକ ଆଧାର ସଂଯୋଗୀକରଣ କରିବା ସକାଶେ ଓ ଅଶୋକ କୁମାର ତ୍ରିପାଠୀଙ୍କୁ ଯାନ୍ତ୍ରିକ କ୍ଷେତ୍ରରେ ନିପୁଣ ଦକ୍ଷତା ସକାଶେ ପୁରସ୍କୃତ କରାଯାଇଥିଲା । ସେହିପରି ଉତ୍ତମ ନିର୍ବାଚନ ପଂଜିକରଣ ଅଧିକାରୀ ଭାବରେ କୁମାର ନାଗଭୁଷଣ, ଓ.ପ୍ର.ସେ.ଉପଜିଲ୍ଲାପାଳ, ବଲାଙ୍ଗିରଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଧାରଣ ସଭା ହେବା ସହିତ ମତଦାତାଙ୍କ ସଂକଳ୍ପ ପାଠ, ସ୍ଵାକ୍ଷର ଅଭିଯାନ ଓ ନୂତନ ମତଦାତାଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯଇଥିଲା । ଫାଲଗୁନି ଶବର, ଓ.ରା.ସେ. ସହାୟକ ଜିଲ୍ଲାପାଳ, ନିର୍ବାଚନ, ବଲାଙ୍ଗିର ସମସ୍ତଙ୍କୁ ସ୍ୱାଗତ ଓ ସଭାପରିଚାଳନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.