ସୁରକ୍ଷା ବଳୟ ମଧ୍ୟରେ ଗଞ୍ଜାମରେ ସରିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗଞ୍ଜାମରେ ସରିଯାଇଛି ଦ୍‌ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପଞ୍ଚମ ରାଉଣ୍ଡ ପୋଲିଂ ବେଳକୁ ଜିଲ୍ଲାରେ ହାରାହାରି ଶତକଡା ୫୫ ପ୍ରତିଶତ ମତଦାନ ହୋଇଥିବା ଆକଳନ କରାଯାଇଛି । ତେବେ ଭୋଟରମାନେ ଅନେକ ଘାତ ପ୍ରତିଘାତ ମଧ୍ୟରେ ନିଜର ମୂଲ୍ୟବାନ ଭୋଟଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇ ଯାଇଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବାହିନୀର ମୁତୟନ ଓ ଓଡ଼ିଶା ପୋଲିସ ବାହିନୀର ମୁତୟନ ହୋଇଥିବା ସାଂଗକୁ ସମ୍ବେଦନଶୀଳ ବୁଥ୍ ମାନଙ୍କରେ ଭିଡ଼ିଓ ଗ୍ରେଫର୍ ବ୍ୟବସ୍ଥା, ସ୍ଵତନ୍ତ୍ର ସିସି ଟିଭି ଲଗେଇବା, ୱେବ୍-କେଷ୍ଟିଙ୍ଗର ବ୍ୟବସ୍ଥାପନା ହୋଇଥିଲା । ଗଞ୍ଜାମ ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବୁଥ୍ ଗୁଡ଼ିକ ପ୍ରାୟତଃ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବାବେଳେ ଏହି ସବୁ ସ୍ଥାନରେ ହିଂସାକାଣ୍ଡକୁ ରୋକାଯାଇ ମତଦାନ ସୁରୁଖରେ ସମ୍ପନ୍ନ କରାଯାଇଛି । ୧୨୩-ଭଞ୍ଜନଗର, ୧୨୪-ପୋଲସରା, ୧୨୫-କବିସୂର୍ଯ୍ୟନଗର, ୧୨୬-ଖଲ୍ଲିକୋଟ, ୧୨୮-ଆସ୍କା, ୧୨୯-ସୋରଡ଼ା, ୧୩୦-ସାନଖେମୁଣ୍ଡି, ଓ ୧୩୧-ହିଞ୍ଜିଳି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ମୋଟା ମୋଟି କହିବାକୁ ଗଲେ ୧୯- ଆସ୍କା ଲୋକସଭା କ୍ଷେତ୍ରରେ ପ୍ରାୟ ସବୁ ବୁଥ୍ ମାନଙ୍କରେ ରେଗିଂ, ବିଶୃଙ୍ଖଳା, ଅଶାନ୍ତି ଲାଗି ରହିଥିଲା । ଏହାକୁ ପୋଲିସର ସୁରକ୍ଷା ବଳୟ ମଧ୍ୟରେ ସମ୍ପନ୍ନ କରାଇ ମତଦାନ ସୁରୁଖୁରେ ସମ୍ପନ୍ନ ହୋଇଥିବା କୁହାଯାଇଛି । ସ୍ଵତନ୍ତ୍ର ସିସି ଟିଭି ଲଗେଇବା, ୱେବ୍-କେଷ୍ଟିଙ୍ଗର ପ୍ରୟୋଗତାକୁ ସିଇଓ ଓ ଜିଲ୍ଲାପାଳଙ୍କ ନଜରରେ ଆସିଥିଲା । ପୁନଶ୍ଚ ଆସ୍କା ଲୋକସଭା କ୍ଷେତ୍ରରେ ପ୍ରାୟ ସବୁ ବୁଥ୍ ମାନଙ୍କରେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସ୍ଵତନ୍ତ୍ର ଦାୟିତ୍ଵ ନିର୍ବାହ କରିଆସି ଏହି ମତଦାନ ସମ୍ପନ୍ନ ହୋଇଥିଲା । ପୋଲିସର ପଇଁତରା, କେନ୍ଦ୍ରୀୟ ସୁରକ୍ଷା ବାହିନୀର ମୁତୟନ, ସହ ମତଦାନର ଶେଷରେ ଭୋଟ ଗ୍ରହଣ କେନ୍ଦ୍ରରୁ ଭି. ଭି. ପାଟ୍, ଇଭିଏମ୍‌କୁ ସୁରକ୍ଷିତ ଭାବେ ନେଇ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯାଇଛି ବୋଲି ସାଧାରଣରେ କୁହାଯାଏ । ୧୨୬-ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀ କ୍ଷେତ୍ରରେ ପରିସ୍ଥିତି ଖୁବ୍ ଅଶାନ୍ତ ଏବେ ସୁଦ୍ଧା ରହିଛି । ଯାହାକି ଭୋଟ ଗଣତି ଫଳାଫଳ ବହାରିବାପରେ ମଧ୍ୟ ଏହି ମଣ୍ଡଳୀ କ୍ଷେତ୍ରରେ ବଡ଼ ଧରଣର ଗଣ୍ଡଗୋଳ, ଆକ୍ରମଣ ଭଳି ପରିସ୍ଥିତି ଆଶଙ୍କା କରାଯାଉଛି । ଏଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହିବା ଜରୁରୀ ବୋଲି ସାଧାରଣରେ ସମୀକ୍ଷା କରାଯାଏ । କୃଷ୍ଣ ଶରଣ ପୁର ଗ୍ରାମରେ ମତଦାନ ପାଇଁ ବ୍ୟାପକ ପୋଲିସ୍ ଛାଉଣି ରହିଥିଲା । ୟା ମଧ୍ୟରେ ହିଂସାକାଣ୍ଡରେ ମୃତ ଦିଲ୍ଲୀପ ପାହନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ସମେତ ତାଙ୍କ ପରିବାର ପ୍ରମୁଖ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ସାହସର ସହ ଭୋଟ ଦେଇ ଯାଇଛନ୍ତି । ଉକ୍ତ ପରିବାର ମୃତ ଦିଲ୍ଲୀପ ପାହନଙ୍କର ଉଚିତ୍ ନ୍ୟାୟ ଏବଂ ପ୍ରକୃତ ଆସାମୀଙ୍କୁ ଗିରଫ କରି କାରାଦଣ୍ଡରେ ଦଣ୍ଡିତ କରାଇବା ପାଇଁ ଦାବୀ ରଖିଛନ୍ତି । ଯାହାକି ଭୋଟ ଗ୍ରହଣ କେନ୍ଦ୍ରରେ ଗଣମାଧ୍ୟମ ଆଗରେ ଦୈତାରି ବେହେରା ଓ ରାଜୁ ତରାଇ ହେଉଛନ୍ତି । ମୁଖ୍ୟ ଆସାମୀ ବୋଲି ମୃତ ଦିଲ୍ଲୀପ ପାହନଙ୍କର ପତ୍ନୀ ସାବିତ୍ରୀ ପାହନ୍ ଏବଂ ତାଙ୍କ ଶ୍ୱଶୁର ଗଣମାଧ୍ୟମ ଆଗରେ ସ୍ଵଷ୍ଟ କରିଛନ୍ତି ସେହି ଦୁଇଜଣଙ୍କୁ ଆଗ ଗିରଫ କରିବାକୁ ଦାବୀ କରିଛନ୍ତି । ସେମାନେ କହିଛନ୍ତି ଯେ’ ଶାସକ ଦଳ ଗୁଣ୍ଡାଗିରି ଚଳାଇଛନ୍ତି । ସେହିପରି ୧୩୦-ସାନଖେମୁଣ୍ଡି ଆସନ କ୍ଷେତ୍ରରେ ମଧ୍ୟ ଶାସକ ଦଳର ଗୁଣ୍ଡା ଗର୍ଦୀ ସଂପର୍କରେ ଅଭିଯୋଗ ହୋଇଥିବା ବେଳେ ଚାରିଜଣ ଅନ୍ୟ ସ୍ଥାନରୁ ଆସିଥିବା ଗୁଣ୍ଡାମାନଙ୍କୁ ଧରାଯାଇ ପୋଲିସଙ୍କୁ ଜିମ୍ମା ଦିଆଯାଇଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି । ସେହିପରି ୧୨୮- ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଳଷଣ୍ଢପୁର ପଞ୍ଚାୟତର ଏକ ବୁଥ୍‌ରେ ଇଭିଏମ୍ ଅଚଞ୍ଚଳ
ଯୋଗୁ ଲୋକେ ଦୁଇ ଘଣ୍ଟାଧରି ଅତିଷ୍ଠ, ଅପରାହ୍ନର କାଳ ବୈଶାଖୀ ଘଡ଼ ଘଡି ବର୍ଷା ଲାଗି ମତଦାନରେ ବ୍ୟାଘତ ସୃଷ୍ଟି ହୋଇଥିବା କୁହାଯାଇଛି । ବାଉଁଶଲୁଣ୍ଡି ପଞ୍ଚାୟତରେ ବିଜେଡ଼ିର ରେଗୀଙ୍ଗ ଗୁଣ୍ଡାରାଜ ଘଟି ଗଣ୍ଡଗୋଳ ବିଶୃଙ୍ଖଳା ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ଦମନ କରିବା ଦିଗରେ ପୋଲିସ ପ୍ରଶାସନର ତତ୍ପରତା ପ୍ରଦର୍ଶନ କରିବା ଆବଶ୍ୟକ ଥିଲା ବୋଲି ସାଧାରଣରେ ମତବ୍ୟକ୍ତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.