ମତଦାନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବାପା ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ମା’ ବିଜୟଲକ୍ଷ୍ମୀ ସିଂହଦେଓ ଏବଂ ଭାଇ ମନ୍ମଥ ନାରାୟଣଙ୍କ ସହ ଆଜି ବଲାଙ୍ଗିର ମହିଳା ମହାବିଦ୍ୟାଳୟ ପରିସରରେ ରହିଥିବା ବୁଥ୍‌ରେ ଲାଇନ୍‌ରେ ରହି କଳିକେଶ ଭୋଟ୍‌ ଦେଇଛନ୍ତି । ଏହି ଅବସରରେ କଳିକେଶ କହିଛନ୍ତି ଯେ, ବହୁତ ଉତ୍ସାହର ସହ ବଲାଙ୍ଗିରବାସୀ ଭୋଟ ଦେଉଛନ୍ତି । ବିଜେଡ଼ି ସପକ୍ଷରେ ମତଦାନ ହେବ ବୋଲି ସେ ଆଶା ରଖିଛନ୍ତି । ଲୋକେ ନିଶ୍ଚିତ ବିକାଶକୁ ବାଛିବେ ଓ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସପକ୍ଷରେ ଭୋଟ ଦେବେ ବୋଲି କହିଛନ୍ତି କଳିକେଶ ।

Leave A Reply

Your email address will not be published.