jayashree

ଶେଷ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ୮୫.୪୪% ପ୍ରତିଶତ ମତଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ୧୭ଟି ଗ୍ରାମ ପଂଚାୟତରେ ଭୋଟ ଖୁବ୍ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ମୋଟ ୨୩୪ଟି ମତଦାନ କେନ୍ଦ୍ରରେ ୬୮ ହଜାର ୩୪୯ଜଣ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସର୍ବଶେଷ ସୂଚନାମତେ ୮୫.୪୪% ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ଉଲୁଣ୍ଡା ସଦରର ୨ଟି ଭୋଟ ଗ୍ରହଣ କେନ୍ଦ୍ରକୁ ପିଂକ୍ କେନ୍ଦ୍ର ଭାବେ କେବଳ ମହିଳା ଅଧିକାରୀଙ୍କ ଦ୍ୱାରା ପରିଚାଳିତ କରାଯାଇଛି । ସରପଂଚ ପଦବୀ ପାଇଁ ୬୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସମିତି ସଭ୍ୟ ପାଇଁ ୫୨ଜଣ ପ୍ରାର୍ଥୀ ରହିଛନ୍ତି । ଠିକ୍ ସେହିପରି ୨୭୨ଜଣ ପ୍ରାର୍ଥୀ ୱାର୍ଡ ମେମ୍ବର ପଦବୀ ପାଇଁ ଲଢେଇ କରୁଛନ୍ତି । ୨ଟି ଜିଲ୍ଲା ପରିଷଦ ଜୋନ୍‌ରେ ମୋଟ ୧୧ଜଣ ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉଦେପଦର ୪ନଂ ବୁଥ୍‌ରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ମତଦାନ କରିଛନ୍ତି । ତେବେ ଭୋଟ ଗ୍ରହଣ ଅବଧିର ଶେଷ ମୁହୂର୍ତ୍ତରେ ପଂଚମହଲା ଗ୍ରା.ପର କପାସିରା ବୁଥ୍‌ରେ ବୁଥ୍ ରେଗିଙ୍ଗ୍‌ ହୋଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.