ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଗଂଦିଆ ବ୍ଲକର ନିହାଲପ୍ରସାଦ ଗ୍ରାମରେ ଗତକାଲି ସାନି ମତଦାନ ଶେଷ ହୋଇଛି । ୨, ୬, ୭ ଓ ୧୧ ନମ୍ବର ବୁଥ୍ରେ ସାନି ମତଦାନ ସକାଳ ୯ ଟାରୁ ଆରମ୍ଭ ହୋଇଥିଲା । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ ମୁତୟନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ସ୍ତରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ଭୋଟର ମାନଙ୍କର ମଧ୍ୟ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳାର ସହ ୪ଟି ଯାକ ବୁଥ୍ରେ ମତଦାନ ଶେଷ ହୋଇଥିବା ସୂଚନା ରହିଛି ।