ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ପିଣ୍ଟୁ ଦାସ ଫୁଲବାଣୀ ଜେଲରେ : ବଢ଼ିଲା ସୁରକ୍ଷା ବ୍ୟବସ୍ଥା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଶିବଶଙ୍କର ଦାସ, ଓରଫ ପିଣ୍ଟୁ ଦାସଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସର୍କଲ ଜେଲକୁ ଅଣାଯାଇଛି । ପ୍ରକାଶ ଯେ, ବ୍ରହ୍ମପୁର ଜେଲରେ ପିଣ୍ଟୁ ନିଜକୁ ଅସୁରକ୍ଷିତ ସହ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିବାରୁ ତାଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ଫୁଲବାଣୀ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି ।

Leave A Reply

Your email address will not be published.