oum

ମାସ୍କ ପିନ୍ଧନ୍ତୁ, କରୋନାକୁ ହରାନ୍ତୁ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ମାସ୍କ୍ ହିଁ ଏକମାତ୍ର ସୁରକ୍ଷା କବଚ । ସଠିକ୍ ଭାବରେ ମୁହଁ ଓ ନାକ ଘୋଡାଇ ମାସ୍କ ପିନ୍ଧନ୍ତୁ । ସାବୁନରେ ବାରମ୍ବାର ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏହାର ସଠିକ୍ ବ୍ୟବହାର ବିଷୟରେ ଜାଣିବା ପାଇଁ ନିମ୍ନରେ ପ୍ରଦତ୍ତ ମାର୍ଗଦର୍ଶିକା ଅବଲମ୍ବନ କରନ୍ତୁ ।

  • ଏନ୍‌-୯୫ ମାସ୍କର ଥରେ ବ୍ୟବହାର ପରେ ଏହାକୁ ୩ ଦିନ ପର୍ୟ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ ।
  • ତାପର ଦିନ କିମ୍ବା ୩ଦିନ ପୂର୍ବରୁ ବ୍ୟବହାର କରିଥିବା ଏନ୍‌-୯୫ ମାସ୍କ ବ୍ୟବହାର କରନ୍ତୁ ।
  • ଅଦଳ ବଦଳ କରି ୪ରୂ୫ଟି ଏନ୍‌-୯୫ ମାସ୍କ ମାସେ ପର୍ୟ୍ୟନ୍ତ ବ୍ୟବହାର କରିପାରିବେ ।
  • କପଡ଼ା ଏବଂ ସର୍ଜିକାଲ ମାସ୍କ ଦୁଇଟି ଲେଖାଏଁ ପିନ୍ଧନ୍ତୁ ।
  • ସର୍ଜିକାଲ ମାସ୍କ ପୁନଃ ବ୍ୟବହାର ଯୋଗ୍ୟ ନୁହେଁ, ଏହାକୁ ସୁରକ୍ଷିତ ଭାବେ ଫୋପାଡ଼ନ୍ତୁ ।
  • କପଡ଼ା ମାସ୍କ ଥରେ ବ୍ୟବହାର କରିବା ପରେ ଏହାକୁ ଭଲଭାବରେ ଧୋଇ, ଖରାରେ ଶୁଖାଇ ପୁନଃ ବ୍ୟବହାର
    କରିପାରିବେ ।
    ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Leave A Reply

Your email address will not be published.