oom

ଜମିରେ ଗାଈଗୋରୁ ଛାଡିଲେ ଚାଷୀ : ମରୁଡି ଘୋଷଣା ଦାବୀ

jsmm

କଳାହାଣ୍ଡି, (ନରୋତମ ସେଲମା) : ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି ହେଲେ ତଳ ରୁଆ କି ବିହୁଡା କାମ ହୋଇପାରିଲାନି । ତଳି ଗୁଡିକ ୨ ମାସରୁ ଅଧିକ ସମୟ ହେଲାଣି । ତଳି ପକାଇବାର ୨୧ ଦିନ ମଧ୍ୟରେ ରୋଇବା କଥା ହେଲେ ପାଣି ଅଭାବରୁ ମାସ ମାସ ଧରି ତଳି ପଡିରହିଛି । ତଳି ଗୁଡିକ ହଳଦିଆ ହୋଇଯିବା ସହ ବୁଢେଇ ଗଲାଣି । ଯାହା ଆଉ ରୋଇଲେ ବି ଅମଳକ୍ଷମ ହେବାର ଆଶା ନାହିଁ । ସେହିପରି ପାଣି ଅଭାବରୁ ଦୁଇରୁ ଅଢେଇ ମାସ ତଳେ ବୁଣାଯାଇଥିବା ଧାନଗଛ ଗୁଡିକୁ ବେଉଷଣ କରାଯାଇ ପାରିନାହିଁ । ଯେତେବେଳେ ଦ୍ୱିତୀୟ ଡୋଜ ସାର ପ୍ରୟୋଗ କରିବା କଥା ସେତେବେଳେ ଯଦି ରୁଆ ଓ ବିହୁଡା ହୋଇ ପାରୁନାହିଁ, ତା’ହେଲେ ସେ ଚାଷ ଉପରେ ଆଉ ଭରସା କରାଯାଇ ପାରିବ କି ? ଶେଷରେ ଏଇ ବ୍ଳକର ପୌରକେଲା ଗ୍ରାମର କିଛି ଚାଷୀ ନିଜ କ୍ଷେତରେ ଗାଈଗୋରୁ ଛାଡି ଦେଇଛନ୍ତି । ଏଥର କେନାଲ ପାଣିର ମଧ୍ୟ ଦେଖାଦର୍ଶନ ନାହିଁ । ପୌରକେଲା ଅଂଚଳକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ପାଇଁ ଦୟାନିଧି ସାହୁ, ଗିରିଶ ଚନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ବରୁଣ ଭୋଇ, ସୂର୍ଯ୍ୟମଣି ଭୋଇ, ନାବିକ ଭୋଇ, ତୁମେଶ୍ୱର ଦଣ୍ଡସେନା, ପ୍ରେମାନଧି ଦୋରା, ଡୋଳାମଣି ଭୋଇ, ପୃଥିରାଜ ଦଣ୍ଡସେନା, ହମିର ସାହୁ, ସନାତନ ରଣା, ହଜାରୁ ଦଣ୍ଡସେନା ପ୍ରମୁଖ ଦାବୀ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ, ସ୍ଥିତି ଅନୁଧ୍ୟାନ କରିବା ପାଇଁ ତୁରନ୍ତ କୃଷି ଓ ରାଜସ୍ୱ ବିଭାଗ ଅଧିକାରୀ ଆସି କ୍ଷତିଗ୍ରସ୍ତ ଚାଷର ଅବସ୍ଥା ଦେଖନ୍ତୁ ।

jittmm
Leave A Reply

Your email address will not be published.