ls

ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ଦାବୀପତ୍ର ପ୍ରଦାନ

sb

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ପୁଇଁନ୍ତଲା ବ୍ଲକ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି, ଚଳିତ ୨୦୨୧ ବର୍ଷର ଶ୍ରାବଣ ମାସ ଶେଷ ହୋଯାଇଥିଲେ ମଧ୍ୟ କାଁ ଭାଁ କିଛି ସ୍ଥାନ ଛାଡ଼ି ଦେଲେ ବଲାଙ୍ଗିର ଜିଲ୍ଲାରେ ବର୍ଷାର ଦେଖାନାହିଁ । ତେବେ ଆଗାମୀ ଦିନରେ ବର୍ଷା ହେଲେ ମଧ୍ୟ ଚଳିତ ଖରିଫ ଚାଷକୁ ବଂଚାଇବା ପାଇଁ ଚାଷୀ ପକ୍ଷେ ଅସମ୍ଭବ । ପୁଣି ଗତ ଓ ବିଗତ ବର୍ଷ ମାନଙ୍କରେ ମରୁଡ଼ିର ଶିକାର ହୋଇ ମଧ୍ୟ କୃଷି ବୀମା କରିଥିବା ଚାଷୀ କ୍ଷତିପୂରଣ ନ ପାଇବା ଯୋଗୁଁ ଚାଷୀମାନେ ବହୁ ହଇରାଣରେ ପଡ଼ିଛନ୍ତି । ଏଥିପାଇଁ ଚଳିତ ବର୍ଷର ଅନିୟମିତ ବର୍ଷାକୁ ଦୃଷ୍ଟି ରଖି ତୁରନ୍ତ ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ଦାବୀ କରିଛି । ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ କୋଶଳ ସେନାର କୌସ୍ତୁବ ସାହୁ, ସରୋଜ ପଧାନ, ଇନ୍ଦ୍ରମଣି ସାହୁ, ବିରେନ୍ଦ୍ର ପଣ୍ଡା, ଦୀପକ ମିଶ୍ର, ଯଦୁମଣି କୁଦେଇ, ସନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.