ତଡ଼ୁଆବାହାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

ନାରଦପୁର : ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ତଡ଼ୁଆ ବାହାଲଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ରିମୁଳି ପଟୁ ଯୋଡ଼ା ଆଡ଼କୁ ଏକ ଟ୍ରକ୍ ଯାଉଥିଲା । ଏହି ସମୟରେ ନାରଦପୁର ପଟୁ ରଙ୍ଗ ରାସ୍ତାରେ ଏକ ବାଇକ ଯୋଗେ ଦୁଇ ଜଣ ଆସୁଥିଲେ । ତଡ଼ୁଆ ବାହାଲଛକ ନିକଟରେ ଟ୍ରକ୍ ଓ ବାଇକ୍ ମୁହାମୁହିଁ ଧକ୍କା ହେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହେଇଥିଲା । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.