ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଥାନ ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହକୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା ଭେଡେନ ଥାନା ଅନ୍ତର୍ଗତ ଥୁଆପାଲିର ବୋଲି ପୋଲିସ ଜାଣିବାକୁ ପାଇଛି । ଗତ କିଛି ଦିନ ହେଲା ରାତିରେ ଏ ଅଞ୍ଚଳରୁ ମେଣ୍ଢା ଚୋରି ହେଉଥିବା ଚର୍ଚ୍ଚା ହେଉଥିଲା । ଏହି ଘଟଣା ଏଥିସହ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି । ଦୁଇ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ସୂଚନା ମିଳିଛି ।