ଭଦ୍ରକ : ଅଗ୍ନିଶମ କର୍ମଚାରୀ ଆହଆଜି ସକାଳ ପ୍ରାୟ ୮ଟା ସମୟରେ ଜଗଉ ମାର୍କେଟ୍ରେ ଥିବା ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ପ୍ଲାଷ୍ଟିକ ଗୋଦାମକୁ ବ୍ୟାପି ଯାଇଥିଲା । ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ହେଲେ ପ୍ରବଳ ଧୁଆଁ ହେଉଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହୋଇପଡ଼ିଛି । ନିଆଁ ଅଧିକ ଦୋକାନକୁ ବ୍ୟାପି ଯାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଗୋଦାମରେ ନିଆଁ କିପରି ଲାଗିଲା ତାର କାରଣ ଜଣା ପଡ଼ିନାହିଁ । ସର୍ଟ ସର୍କିଟରୁ ନିଆଁ ଲାଗିଛି ନା ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ ।