
ଢେଙ୍କାନାଳ : ସ୍ତ୍ରୀ ଚିକେନ ତରକାରୀ ରୋଷେଇ ନ କରିବାରୁ । ରାଗିଗଲା ସ୍ୱାମୀ ପତ୍ନୀକୁ ନିସ୍ତୁକ ମାଡ଼ ମାରି ଶେଷରେ ପତ୍ନୀକୁ ପିଟି ପିଟି ଜୀବନରୁ ମାରିଦେଲା ସ୍ୱାମୀ । ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମରେ । ମୃତ ମହିଳା ଜଣକ ହେଉଛନ୍ତି ଧନିଆଁନାଳୀ ମୁଣ୍ଡା ସାହିର କୁନି ପିଙ୍ଗୁଆ ଧନିଆଁ ନାଳୀ ଗ୍ରାମର ଜେନା ପିଙ୍ଗୁଆ ରାତିରେ ଚିକେନ ଖାଇବି ବୋଲି ପତ୍ନୀଙ୍କୁ କହି ବାହାରକୁ ଯାଇଥିଲେ । ଆଉ ରାତିରେ ଫେରିବା ବେଳକୁ ଚିକେନ୍ ତରକାରୀ କରିନଥିଲା ପତ୍ନୀ କୁନି ପିଙ୍ଗୁଆ । ଯାହାକୁ ନେଇ ପତିପତ୍ନୀ ମଧ୍ୟରେ ଝଗଡା ହୋଇଥିଲା । ଚିକେନ୍ ତରକାରୀ କରିନଥିବାରୁ ପତ୍ନୀକୁ ନିସ୍ତୁକ ମାଡ଼ ମାରିଥିଲା ଜେନା ପିଙ୍ଗୁଆ । ଏଥିରେ କୁନିର ମୁତ୍ୟୁ ଘଟିଥିଲା । ତେବେ ସୋମବାର ଖବର ପାଇ ଗଁନ୍ଦିଆ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା । ଘରୁ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ମୃତ ମହିଳାଙ୍କ ଭାଇର ଅଭିଯୋଗ ଆଧାରରେ ଗଁନ୍ଦିଆ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ସେପଟେ ଘଟଣା ପରେ ଘରୁ ପଳାଇଥିବା ଅଭିଯୁକ୍ତ ସ୍ୱାମୀ ଜେନା ପିଙ୍ଗୁଆଙ୍କୁ ପୁଲିସ ସ୍ଥାନୀୟ ଅଂଚଳରୁ ଗିରଫ କରିଛି ।