oom

ସାନ୍ତାଳ ବିଦ୍ରୋହ ସ୍କୃତିରେ ୩୦ ଜୁନକୁ ସରକାରୀ ଛୁଟି ଘୋଷଣା ପାଇଁ ମାରିସାର ଦାବୀ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ଆହ୍ୱାନ କ୍ରମେ ଗାଁ ଗାଁରେ ଚାଲିଛି ସାମାଜିକ ଓ ଧାର୍ମିକ ଲଢ଼େଇ । ଏହି ଆନ୍ଦୋଳନରେ ଲୋକମାନଙ୍କୁ ଜାଗ୍ରତ, ସଚେତନ ଓ ସଂଗଠିତ କରିବା ପାଇଁ ମୟୂରଭଞ୍ଜର ବିଭିନ୍ନ ଧର୍ମୀୟ ସ୍ଥାନ ମାନଙ୍କରେ ପୂଜାର୍ଚ୍ଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ୧୮୫୫ ମସିହାର ୩୦ ଜୁନରେ ମହାନ ଆଦିବାସୀ ନାୟକ ସିଧୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁଙ୍କ ନେତୃତ୍ୱରେ ମହାନ ହୁଲ୍ (ସାନ୍ତାଳ ବିଦ୍ରୋହ)ଙ୍କ ସ୍ମୃତିରେ ଓଡିଶା ସରକାର ୩୦ ଜୁନକୁ ରାଜ୍ୟ ଛୁଟି ଭାବରେ ଘୋଷଣା କରିବା ପାଇଁ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡାକ ଯୋଗେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହା ଏକ ଐତିହାସିକ ସତ୍ୟ ଯେ, ପ୍ରାୟ ୧୦୦ ବର୍ଷ ପୂର୍ବେ, ଭାରତର ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ୧୮୮୫ ମସିହା ଜୁନ୍ ୩୦ ତାରିଖରେ ଦୁଇ ଆଦିବାସୀ ନାୟକ ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ ପ୍ରାୟ ୬୦,୦୦୦ ସାନ୍ତାଳମାନଙ୍କୁ ଏକାଠି କରି ଭାରତରେ ଶକ୍ତିଶାଳୀ ବ୍ରିଟିଶ ପ୍ରଶାସନ ବିରୁଦ୍ଧରେ ଅସ୍ତ୍ର ଉଠାଇଥିଲେ । ଯେଉଁଥିରେ ହଜାର ହଜାର ସାନ୍ତାଳ ଲୋକ ସିଧୁ ଏବଂ କାହ୍ନୁ ମୁର୍ମୁଙ୍କ ସମେତ ନିଜ ଜୀବନ ବଳିଦାନ ଦେଇଥିଲେ । ଯଦିଓ, କିଛି ଅଜ୍ଞାତ କାରଣ ଯୋଗୁଁ ଭାରତୀୟ ଇତିହାସ ଏହି ମହାନ ସାନ୍ତାଳ ହୁଲ୍ କିମ୍ବା ସାନ୍ତାଳ ବିଦ୍ରୋହ ବିଷୟରେ ନୀରବ କିନ୍ତୁ ମହାନ ରାଜନୈତିକ ଦାର୍ଶନିକ କାର୍ଲ ମାର୍କ୍ସ ତାଙ୍କ କୃତି “ଦାସ କ୍ୟାପିଟାଲ” ରେ ଏହି ସତ୍ୟକୁ ଭାରତୀୟ ଇତିହାସ ପ୍ରତି ସମର୍ପିତ ଏକ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ଏବଂ ଏହା ଏହି ମହାନ ସନ୍ତାଳ ହୁଲର ଗୁରୁତ୍ୱକୁ ପ୍ରତିଷ୍ଠିତ କରେ । ଆନନ୍ଦର ବିଷୟ ପଶ୍ଚିମବଙ୍ଗ ସରକାର ଏବଂ ଆସାମ ସରକାର ସେମାନଙ୍କ ନିଜ ନିଜ ରାଜ୍ୟରେ ୩୦ ଜୁନ୍‌କୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି । ଓଡ଼ିଶାରେ ଏକ ବଡ ଆଦିବାସୀ ଜନସଂଖ୍ୟା ରହିଛି ଏବଂ ଓଡିଶାର ଆଦିବାସୀ ଲୋକମାନେ ବର୍ତ୍ତମାନ ୩୦ ଜୁନ୍ କୁ ମହାନ ସାନ୍ତାଳ ହୁଲ୍ ବା ହୁଲ୍ ମାହାଁ ସ୍ମୃତିରେ ପାଳନ କରୁଛନ୍ତି । ତେଣୁ ଓଡ଼ିଶା ସରକାର ୩୦ ଜୁନ୍ କୁ ସରକାରୀ ଛୁଟି ହିସାବରେ ଘୋଷଣା କରିବାକୁ ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁ ଦୃଢ ଦାବୀ ଉପସ୍ଥାପନ କରିଛନ୍ତି ।

jittmm
Leave A Reply

Your email address will not be published.