oom

ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା ୧୮ରୁ କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ

jsmm

କଟକ : ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା । ସେଥିପାଇଁ ମଙ୍ଗଳବାର ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବେ ପ୍ରାୟ ୧୨ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ଖାତା ମୂଲ୍ୟାୟନ ପାଇଁ ୧୧ହଜାର ୮ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି । ଏହା ବାଦ୍ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ଜଣ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ ରଖାଯାଇଛି । ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ସଵ୍‌ଜେକଟିଭ ଖାତା ମୂଲ୍ୟାୟନ ହେବାର ଵ୍ୟଵସ୍ଥା ହୋଇଛି । ନକାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଖାତା ଦେଖା ଲାଗି ଗୋଟିଏ ୟୁନିଟ୍‌ରେ ଜଣେ ଚିଫ୍‌ ଏକଜାମିନର, ଦୁଇ ଜଣ ଡେପୁଟି ଚିଫ୍‌ ଏକଜାମିନର, ଦୁଇ ଜଣ ସ୍କୃଟିନାଇଜର, ବୋର୍ଡ ପକ୍ଷରୁ ନିୟୋଜିତ ଜଣେ କ୍ୟାମ୍ପ ଅଫିସର, ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଏହାବାଦ୍‌ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୧୦ ଜଣ ମୂଲ୍ୟାୟନକାରୀଙ୍କୁ ରିଜର୍ଭରେ ରଖାଯାଇଛି । ଆବଶ୍ୟକସ୍ଥଳେ ଡିଇଓମାନେ ଅଧିକ ଶିକ୍ଷକଙ୍କୁ ଏହି ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ୍‌ କରିପାରିବାର ସୁବିଧା ରହିଥିବା ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ସବଜେକ୍ଟିଭ୍‌ ପ୍ରଶ୍ନରୁ ଜଣେ ଶିକ୍ଷକଙ୍କୁ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ପ୍ରଶ୍ନର ଉତ୍ତର ମୂଲ୍ୟାୟନ କରିବାର ବ୍ୟବସ୍ଥା ରହିଛି । ଏପରି ସମ୍ପୃକ୍ତ ଶିକ୍ଷକ ଦିନକୁ ୧୦୦ଟି ପ୍ରଶ୍ନର ଉତ୍ତର ମୂଲ୍ୟାୟନ କରିବେ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.