ଭୁବନେଶ୍ୱର : ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କଲେ ଓଡ଼ିଶା ସରକାର । ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ । ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ । କରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ କରାଯାଇପାରିବ । ପରିବେଷଣ ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ । ସିଟ୍ ମଧ୍ୟରେ ୬ ଫୁଟ୍ ଦୂରତା ରହିବ । ରୋଗାକ୍ରାନ୍ତଙ୍କୁ ଯାତ୍ରା ମନା । ଅନଲାଇନ ଟିକଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ । ଯାତ୍ରାରେ କଟକଣା ଉଲ୍ଲଙ୍ଘନ କଲେ ଆୟୋଜକ ଦାୟୀ ରହିବେ । ଅନ୍ୟପଟେ ବାହାଘର ଓ ଅନ୍ତିମ ସଂସ୍କାରରେ ୫୦୦ ଲୋକଙ୍କୁ ଅନୁମତି ମିଳିବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ଧାର୍ମିକ, ରାଜନୈତିକ, କ୍ରୀଡ଼ା କାର୍ୟ୍ୟକ୍ରମରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି । ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ମାଧ୍ୟତାମୂଳକ । କରୋନା କଟକଣା ମାନି ସେଲୁନ, ସ୍ପା ଖୋଲା ରହିବ । କେନ୍ଦ୍ରର ନିୟମ ଅନୁସାରେ ଅବରୋଧ ଅଞ୍ଚଳ ଘୋଷଣା କରିପାରିବେ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ । ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଲେ ସରକାର ।