ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟରେ ଥିବା ମାବର୍ଲ ଫଳକ ଲାଗିବ ନା’ ଖତ ଖାଇବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ସ୍ଥାନୀୟ ପ୍ରତିନିଧି ମାନେ ନିଜ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ଘର ହାତେଇ ନେଇ ଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ବ୍ଳକରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ବ୍ଳକ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହା ଫଳରେ ସମ୍ପୃକ୍ତ ଯୋଜନାରେ ନିର୍ମିତ ଗୃହ ସମ୍ମୁଖରେ ସରକାରଙ୍କ ତରଫରୁ ବ୍ଳକ ପ୍ରଶାସନକୁ ଯୋଗେଇ ଦିଆଯାଇଥିବା ମାର୍ବଲ ଫଳକ ଲାଗିପାରୁ ନ ଥିବା ଦେଖିବାକୁ ମିଳିଛି । ସୂଚନା ମତେ, ଗତ ୨୦-୨୧ ମସିହାରେ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସରକାର ପକ୍ଷରୁ ଘର ଯୋଗାଇ ଦିଆଯାଇଛି, ହେଲେ ଶତାଧିକ ମାର୍ବଲ ଫଳକ କେବେ ଲାଗିବ, ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.