oom

ରାଜ୍ୟ ମହିଳା ମାରୱାଡି ସମିତି ଅଧ୍ୟକ୍ଷ।ଙ୍କୁ ସଇଁନ୍ତଲା ମାରୱାଡି ମହିଳା ଶାଖା ପକ୍ଷରୁ ସମ୍ବର୍ଦ୍ଧନା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଗସ୍ତରେ ଆସିଥିବା ରାଜ୍ୟ ମାରୱାଡି ମହିଳା ସମିତିର ଅଧ୍ୟକ୍ଷ। ଲଳିତା ଅଗ୍ରୱାଲ ତାଙ୍କ ଟିମର ସଦସ୍ୟଙ୍କୁ ସଇଁନ୍ତଲା ମାରୱାଡି ମହିଳା ସମିତି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ସଇଁନ୍ତଲା ମାରୱାଡି ମହିଳା ସମିତିର ଅଧ୍ୟକ୍ଷ। ସୁନିତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ସଭାରେ ରାଜ୍ୟ ମାରୱାଡି ସମିତିର ଅଧ୍ୟକ୍ଷ। ଲଳିତା ଅଗ୍ରୱାଲ, ଉପାଧ୍ୟକ୍ଷ ମଣି ଅଗ୍ରୱାଲ, ପ୍ରାନ୍ତୀୟ ସଚିବ ରାଣୀ କ୍ଷେମକା, ଆଶାରାଣୀ ଅଗ୍ରୱାଲ, ପ୍ରାନ୍ତୀୟ କୋଷାଧ୍ୟକ୍ଷ ମିନା ଅଗ୍ରୱାଲ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରାମ ମନ୍ଦିରକୁ ସଇଁନ୍ତଲା ମାରୱାଡି ସମିତି ପକ୍ଷରୁ ଏକ ଫ୍ରିଜ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହିଳା ସମିତିର ସଦସ୍ୟ। ନିଶା ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସମିତିର କୋଷାଧ୍ୟକ୍ଷ। ସୋମି ଅଗ୍ରୱାଲ, ପୂର୍ବତନ ମହିଳା ସମିତିର ଅଧ୍ୟକ୍ଷ। କାନ୍ତାଦେବୀ ଅଗ୍ରୱାଲ, ମଧୁ ଅଗ୍ରୱାଲ, ଖୁସୁବୁ ଅଗ୍ରୱାଲ, ମମତା ଅଗ୍ରୱାଲ, ରଜନୀ ଅଗ୍ରୱାଲ, ଆରତୀ ଜୈନ, ଗୁନଜନ ଅଗ୍ରୱାଲ, ସମ୍ପଦା ଜୈନ, ସାରଳା ଜୈନ, ଖୁସି ଅଗ୍ରୱାଲ, ସବତୋ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ସମିତିର ସମ୍ପାଦିକା ମିନା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.