ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ମାଲକାନଗିରି ସହରରେ ୟୁନୋ ମାରାଥନ

ମାଲକାନଗିରି : ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ମାଲକାନଗିରି ମୁଖ୍ୟ ଶାଖା ପକ୍ଷରୁ ମାଲକାନଗିରି ସହରରେ ଏକ ୟୁନୋ ମାରାଥନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏସବିଆଇ ଶାଖା ମୁଖ୍ୟ ପରିଚାଳକ ସପନ୍ ସିକଦାର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ମାରାଥନ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ୍ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବଜାର ବ୍ରାଞ୍ଚ୍ ପରିଚାଳକ ଶମ୍ଭୁ ପ୍ରସାଦ ବେହେରା ଓ ନୃସିଂହ ଚରଣ ସାହୁ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ବ୍ୟାଙ୍କ୍ କର୍ମଚାରୀ ମାରାଥନରେ ସକ୍ରିୟ ଅଂଶଗ୍ରହଣ କରି ୟୁନୋରେ ପଞ୍ଚମ ବାର୍ଷିକ ଉତ୍ସବରେ ଭରପୁର ମଜା ନେବା ସହିତ ଗ୍ରାହକଙ୍କୁ ୟୁନୋ ବିଷୟରେ କିପରି ପଞ୍ଜିକରଣ କରାଯିବ ସେ ବିଷୟରେ ବୁଝାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଡ଼. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ‘ୟୁ ଓନଲି ନିଡ ୱାନ୍’ ବିଷୟରେ ଛାତ୍ରଛାତ୍ରୀ ଗ୍ରାହକମାନଙ୍କୁ ଅବଗତ କରାଇଥିଲେ । ମାରାଥନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜାତୀୟ ସେବା ସଂସଦ, ଯୁବ ରେଡକ୍ରସ୍‌ ଓ ଜାତୀୟ ସଂଘର ଶିକ୍ଷାର୍ଥୀ ବାହିନୀର ସ୍ୱେଚ୍ଛାସେବୀମାନେ ଯୋଗଦେଇ ୟୁନୋ ବିଷୟରେ ସଚେତନ କରାଇଥିଲେ । ସଭା ଶେଷରେ ଜ୍ୟୋତି ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.