ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗ

ନୀଳଗିରି : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଚୋରା ମଦ ବେପାରୀ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନସ୍ଥ ମଛୁଆ ପଞ୍ଚାୟତର ସାନ କାଳିଆ ପଦା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମଦ ବେପାରୀ କାଚ ବୋତଲ ଭାଙ୍ଗି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ନୀଳଗିରି ଥାନା ଅଧିନ ସାନ କାଳିଆ ପଦା ଗ୍ରାମର ରତ୍ନା ସିଂ ଓ ମଦ ବେପାରୀ ଟିକ ସିଂଙ୍କ ମଧ୍ୟରେ କୌଣସି କାରଣରୁ ହୋଇଥିବା ବଚସା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଟିକ ସିଂ ଏକ କାଚ ବୋତଲ ଭାଙ୍ଗି ରତ୍ନା ସିଂହର ବେକକୁ ଆକ୍ରମଣ କରୁଥିବା ବେଳେ ରତ୍ନା ସିଂର ଗାଲ କଟି ଯାଇଥିଲା । କିନ୍ତୁ ସେ ଅଳ୍ପକେ ସେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ଟିକ ସିଂ ସେହି ଅଞ୍ଚଳରେ ଚୋରା ମଦ ବେପାର କରୁଛି ବୋଲି ଆହତ ବ୍ୟକ୍ତି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.