ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରାସ୍ତା ପାଲଟିଛି ମରଣଯନ୍ତା

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରୋଗୀଙ୍କ ସୁବିଧା ସୁଯୋଗ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଠିକାଦାରଙ୍କ ଲୁଟପାଟ ନୀତି ଯୋଗୁଁ ନିମ୍ନମାନର କାର୍ଯ୍ୟ ହୋଇଥିବା ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ମୁଖ୍ୟ ରାସ୍ତା ଠାରୁ ୧୦୦ ମିଟର ଦୂରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କଚା ରାସ୍ତା ରହିଛି ବର୍ଷା ଯୋଗୁଁ ତାହା ଶୋଚନୀୟ ହୋଇଯାଉଛି । ଯେଉଁଥି ପାଇଁ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ହସ୍ପିଟାଲ କର୍ମଚାରୀ ବିଭିନ୍ନ ସମୟରେ ହଇରାଣ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି । କାରଣ ରାସ୍ତାଟି ହେଉଛି ମାଟି କଚା ରାସ୍ତା । ଚାଲୁ ଚାଲୁ କିମ୍ଵା ଗାଡ଼ି ଯୋଗେ ଆସିବା ସମୟରେ ଟିକେ ଅସାବଧନା ହେଲେ ପଡ଼ି ଯାଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଯଦି ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ କଲେ ହେଲେ କାହିଁକି କାହା ସ୍ୱାର୍ଥରେ ଏପର୍ଯ୍ୟନ୍ତ ରାସ୍ତାଟିଏ ହୋଇ ପାରୁନାହିଁ । ତାହା ଲୋକଙ୍କ ମନରେ ପ୍ରଶ୍ନ ଉପୁଜିଛି । ତେଣୁ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଅତି ଶୀଘ୍ର ଏହି ରାସ୍ତାର ମରାମତି କରନ୍ତୁ । କାରଣ ବର୍ତ୍ତମାନ ବର୍ଷା ହେଇଛି, ଯେଉଁଥି ପାଇଁ ଆଗାମୀ ଦିନରେ ଯଦି ରାସ୍ତା ମରାମତି ନହୁଏ ତା ହେଲେ ଲୋକେ ହଇରାଣ ହେବା ସହ ଦୁର୍ଘଟଣାର ଶିକାର ମଧ୍ୟ ହୋଇ ପାରନ୍ତି ବୋଲି ଅଭିଯୋଗ କରିଛନ୍ତି । ତେଣୁକରି ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.