centurian jitm

ବର୍ତ୍ତିବେନି କଫ ସିରପ ମାଫିଆ ଓ ବେଆଇନ ବ୍ୟବସାୟୀ : ଏକ୍ସନ ମୋଡ଼୍‌ରେ ଖପ୍ରାଖୋଲ ପୋଲିସ

nschool
  • ୪୭୬ ବୋତଲ କଫ ସିରପ ଜବତ, ୩ ଗିରଫ ଏବଂ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ ସିରପ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫ ସିରପ ମାଫିଆମାନଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ଗତ କିଛିଦିନ ଧରି ଏହି ବେଆଇନ କଫ ସିରପ କାରବାର କମିଥିଲେ ମଧ୍ୟ କିଛି ଦିନର ନୀରବତା ପରେ ପୁଣି କଫ ସିରପ ମାଫିଆଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଏଥିପାଇଁ ପୁଲିସ ଅପରାଧୀଙ୍କୁ ଧରିବା ପାଇଁ ଦିନ ରାତି ଏକାକାର କରିଦେଇଥିଲା । ପୁଲିସର ଟାର୍ଗେଟରେ ଅଭିଯୁକ୍ତମାନେ ରହିଥିବା ବେଳେ ଶେଷରେ ପୁଲିସ ପଞ୍ଝାରେ ପଡ଼ିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗଠନ କରାଯାଇ ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ସାନଉଡେନ ପଡିଆ ନିକଟରେ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ଖବର ପାଇ ପୋଲିସ ମାଡି ବସିଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଗାଁ ଭଟଲିର ରଶ୍ମିରଞ୍ଜନ ବରିହା, ରମେଶ ବାରା ଏବଂ ଲୁହାସିଂହା ଗ୍ରାମର ଶେଷ ସେଠ୍ । ଏମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪୭୬ ବୋତଲ କଫ ସିରପ ସହ ଗୋଟିଏ ବାଇକ୍‌ ନଂ ଓଡି ୦୩ ୱାଇ ୪୯୫୬, ନଗଦ ୭୨୦୦ ଟଙ୍କା ଜବତ କରିଥିବା ବେଳେ ମୁଖ୍ୟ ଆସାମୀ ଲୁହାସିଂହା ଗ୍ରାମର ସୁନୀଲ ପୁଟେଲ ଫେରାର ଅଛି ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୪୨/୨୩ରେ ୨୭୪, ୨୭୫, ୨୭୬ ଓ ୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କେସ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନାଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ଖପ୍ରାଖୋଲ ଥାନା ଅଞ୍ଚଳରେ ବେଆଇନ କଫ ସିରପ କାରବାର ରୋକିବା ଏବଂ ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.