ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୭ଟି ଗାଡି ଜାଳି ଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମ ଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୭ଟି ଗାଡିକୁ ଲାଲ୍ ବାହିନୀ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡିଛି । ଏହା ସହ ୩ଟି ଟ୍ରାକ୍ଟରକୁ ନକ୍ସଲମାନେ ନିଜ ସାଥୀରେ ନେଇ ଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ତେଲେଙ୍ଗାନା ଛତିଶଗଡ ସୀମାନ୍ତରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାର୍ଯ୍ୟକୁ ମାଓବାଦୀମାନେ ଦୀର୍ଘ ଦିନ ଧରି ବିରୋଧ କରି ଆସୁଥିଲେ। ହେଲେ ସିଆରପିଏଫ୍ ବାହିନୀର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେଠାରେ ପୋଲ ନିର୍ମାଣ ହେଉଥିଲା । ହେଲେ ଗତକାଲି ରାତିରେ ଠିକା କମ୍ପାନୀ କ୍ୟାମ୍ପରେ କେହି ନଥିବା ବେଳେ ୪୦ରୁ ୫୦ ଜଣ ସଶସ୍ତ୍ର ନକ୍ସଲ ସେଠାରେ ପହଞ୍ଚି ଏହି ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଡିଆରଜି ବାହିନୀ ପହଞ୍ଚି କୁମ୍ଵିଂ ଅପରେସନ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.