ମାଲକାନଗିରି – କୋରାପୁଟ ସୀମାରେ ପୁଲିସ୍‌-ନକ୍ସଲ ମଧ୍ୟରେ ଗୁଳି ବିନିମୟ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିବା ଖବର ମିଳିଛି । ମାଲକାନଗିରି- କୋରାପୁଟ ସୀମା କୁଲାବେଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ କୌଣସି ସୂତ୍ରରୁ ଖବର ପାଇ ମାଲକାନଗିରି ଏସଓଜି ଏବଂ ଡିଭିଏଫ ଯବାନ ଘଟଣାସ୍ଥଳକୁ ଯାଇଥିଲେ । ତେବେ ଯବାନଙ୍କୁ ଦେଖି ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ତେବେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ଏହି ଗୁଳିବିନିମୟ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିଲା । ଶେଷରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରେ ଗୋଟିଏ ଇନସାସ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.