om academy

ନିୟମଗିରି ପାହାଡ଼ରେ ଲାଗିଲା ମାଓ ପୋଷ୍ଟର

jsm

ରାୟଗଡ଼ା : ଗଣତନ୍ତ୍ର ଦିବସକୁ ବିରୋଧ କରି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀ ସଙ୍ଗଠନ ବିରୋଧ କରିବା ସହିତ କଳା ଦିବସ ଭାବେ ପାଳନ କରିବାକୁ ଆହ୍ଵାନ ଜଣାଇଛନ୍ତି । ନିୟମଗିରି ପାହାଡର ବିଭିନ୍ନ ଗାଁମାନଙ୍କରେ ଏହି ପୋଷ୍ଟର ଲଗାଯାଇଛି । ମୁଖ୍ୟତଃ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଗାଁମାନଙ୍କରେ ଏହି ପୋଷ୍ଟର ନଜରକୁ ଆସିଛି । ପାରସାଲି ପଞ୍ଚାୟତ ମହକୁମାଠାରେ ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି । ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଧ୍ୟ ଲାଗିଛି । ସିପିଆଇ (ମାଓବାଦୀ) ସଙ୍ଗଠନର ବାସଧାରା – ଘୁମୁସର – ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହା ଲଗାଯାଇଥିବା ଉଲ୍ଲେଖ ରହିଛି । ପୋଷ୍ଟର ନଜରକୁ ଆସିବା ପରେ ନିୟମଗିରି ପାହାଡ ଉପରେ ଥିବା ଗାଁମାନଙ୍କରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.