- ଫେବୃଆରୀ ପାଂଚ ତାରିଖରେ ହେଇଥିଲା ଲ୍ୟାଣ୍ଡ ମାଇନ ବିସ୍ଫୋରଣ
ମ.ରାମପୁର, (ହେମନ୍ତ ସାହୁ) : ଫେବୃୟାରୀ ପାଞ୍ଚ ତାରିଖର ଛାତି ଥରା ଦୃଶ୍ୟ ମନେ ପଡ଼ିଲେ ଆଜି ବି ଛାତି ଶିହରୀ ଉଠେ । ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟି ଯାଇଥିଲେ ସାମ୍ବାଦିକ ରୋହିତ ବିଶ୍ୱାଳ । ମାଓ ସଂଗଠନ ତରଫରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନର ଶିକାର ହେଲେ । ତେବେ ଏହି ଘଟଣାକୁ ନେଇ ମାଓ ସଂଗଠନ ଦୀର୍ଘ ତିନିମାସ ପରେ ଅଂଚଳବାସୀ ତଥା ପରିବାର ବର୍ଗଙ୍କ ପାଖରେ ପୋଷ୍ଟର ଜରିଆରେ କ୍ଷମା ମାଗିଥିବା ଦେଖିବାକୁ ମିଳିିଛି ।