oom

ଜାତୀୟ ସ୍ତରରେ ବି+ ମାନ୍ୟତା ପାଇଲା ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ର ଜଣାଶୁଣା ସର୍ବ ପୁରାତନ ଜବାହାରଲାଲ କଲେଜକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ(ନାଗ୍) ଦ୍ଵାରା ଜାତୀୟ ସ୍ତରରେ ବି+ ଗ୍ରେଡର ମାନ୍ୟତା ପାଇଛି । ଜିଲ୍ଲାରେ ପ୍ରଥମ କରି ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ ଏହି ମାନ୍ୟତା ପାଇଥିବାରୁ ଏବେ କଲେଜରେ ଖୁସିର ଲହରୀ ଖେଳିଯାଇଛି । ଏହାକୁ ନେଇ ଗର୍ବ ଅନୁଭବ କରିଛନ୍ତି ଛାତ୍ରଛାତ୍ରୀ ତଥା ସ୍କୁଲର ଅଧ୍ୟାପକ ଅଧ୍ୟାପିକା ତଥା ଅଞ୍ଚଳବାସୀ । ଏହି ମାନ୍ୟତା ପାଇବା ଦ୍ୱାରା କଲେଜରେ ନୂତନ ପିଜି ପାଠ୍ୟକ୍ରମ ଶୁଭାରମ୍ଭ ହୋଇପରିବ । ଏହି ମାନ୍ୟତା ପାଇବା ପାଇଁ ଗତ ଜୁନ ମାସରେ କଲେଜ ପକ୍ଷରୁ ଆବେଦନ କରାଯାଇଥିଲା । ଏହାର ୩ ମାସ ପାରେ ୧୮/୧୦/୨୨ ତାରିଖ ଦିନ ବେଙ୍ଗଲୋର ନାଗ୍‌ ପରିଷଦ ଦ୍ୱାରା ନାଭା ୟୁନିଭରସିଟିର ଉପକୁଳପତି ଆର.ଏମ ଲିସୁର, ଭଦୋଦ୍ରା ୟୁନିଭରସିଟିର ପ୍ରଫେସର ପି. ଏସ ଚନ୍ଦାୟାରି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଜିତେନ୍ଦ୍ର ସିଂ ପ୍ରମୁଖଙ୍କ ମିଳିତ ପରିଦର୍ଶନରେ ଆସି ସ୍କୁଲର ଲାଇବ୍ରେରୀ, ସାଇନ୍ ଲ୍ୟାବ, ଶ୍ରେଣୀ ଗୃହ ଏବଂ ମହାବିଦ୍ୟାଳୟ ବାତାବରଣ ଦେଖିଲା ପରେ ଏହି ମାନ୍ୟତା ପ୍ରଦାନ କରିଛନ୍ତି । ଏହି ମାନ୍ୟତା ପାଇବା ପାଇଁ ଦ୍ୱାରା ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବା ସହ ଭଲ ପାଠ ପଢି, ଭବିଷ୍ୟତରେ ଜଣେ ଜଣେ ଭଲ ନାଗରିକ ହେବେ ବୋଲି ଜବାହାରଲାଲ କଲେଜର ଅଧ୍ୟକ୍ଷ ଦେବରାଜ ମିଶ୍ର, ଇତିହାସ ଅଧ୍ୟାପକ ପ୍ରଣବ ବଲ୍ଲଭ ପାଣିଗ୍ରାହୀ କହିଛନ୍ତି ।

jittmm
Leave A Reply

Your email address will not be published.