ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ : ପ୍ରକଳ୍ପ କାର୍ଯ୍ୟ ବିଳମ୍ବ କରୁଥିବାରୁ ଅଧିକାରୀଙ୍କ ଉପରେ ବର୍ଷିଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ସ୍ଥାନୀୟ ପୌର ପରିଷଦର ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପଠାରେ ଟିଟିଲାଗଡର ବିଧାୟିକା ତଥା ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ (ଏସିଡିସି) ବୈଠକ ଅନୁଷ୍ଠିତ ହୋଇଯାଇଛି ।ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଜନପ୍ରତିନିଧିଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗ ଅନ୍ତର୍ଗତ ସରକାରୀ ଯୋଜନା ଓ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ଡୁଡା ନିର୍ଦ୍ଦେଶକ ସୁଦର୍ଶନ ସାଏ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସୁଶାନ୍ତ ସେଠ, ସହାୟକ ଯୋଜନା ପ୍ରକଳ୍ପ ଅଧିକାରୀ ସଞ୍ଜୟ ଦୀପ, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଏଡିପିଓ ଅଙ୍କିତା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ କାହିଁକି ହେଉଛି ? ଅସୁବିଧା କେଉଁଠି ରହୁଛି ବୋଲି ପ୍ରଶ୍ନ କରିଥିଲେ ବିଭାଗୀୟ ଅଧିକାରୀଙ୍କୁ । ଏଥିସହ ବିଭିନ୍ନ ନିର୍ମାଣାଧିନ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଅଧିକାରୀଙ୍କୁ ତାଗିତ କରିବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ବିଳମ୍ୱ କରୁଥିବାରୁ ଅଧିକାରୀଙ୍କ ଉପରେ ଜୋର ବର୍ଷିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ ଲୋକ ସମ୍ପର୍କ ସୂଚନା ଅଧିକାରୀ ରାଜେନ୍ଦ୍ର ମାଝି, ସମସ୍ତ ବିଭାଗର ଅଧିକାରୀ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ଚନ୍ଦ୍ରବଦନ ପୁରୋହିତ, ବିଜେଡି ପୌର କାଉନସିଲର, ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ମଙ୍ଗଳବାର ଦିନ ବୁଦ୍ଧିଜୀବୀମାନଙ୍କୁ ଡ଼ାକି ଏକ ବୈଠକ କରି ସମସ୍ତ ଅସୁବିଧା ତଥା ଲୋକଙ୍କ ଦାବୀ କିପରି ପୂରଣ ହେବ ସେ ନେଇ ମନ୍ତ୍ରୀ ତାଙ୍କର କାର୍ଯ୍ୟକୁ ଆହୁରି ତୀବ୍ର ତର କରିଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.