oum

ଅଙ୍ଗନୱାଡ଼ି କେନ୍ଦ୍ର ସମସ୍ୟାର ସମାଧାନ କରିବା ପାଇଁ ମିଶନ ଶକ୍ତି ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲେ ଗାଁ ଲୋକେ

jsm

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ଗାଁରେ ୪ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେହି ୪ଟି କେନ୍ଦ୍ର ମଧ୍ୟରୁ(କ) କେନ୍ଦ୍ରଟି ପୁରୁଣା ହୋଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଅନ୍‌ସେଫ୍‌ ଘୋଷଣା କରି କୋଠାକୁ ଭାଙ୍ଗି ସେଠାରେ ନୂଆଁ କୋଠା ନିର୍ମାଣ କରିବାକୁ ଟଙ୍କା ମଞ୍ଜୁର ହୋଇସାରିଛି । କିନ୍ତୁ କୋଠାକୁ ଭାଙ୍ଗିବା ପରେ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉକ୍ତ ଜାଗାଟିକୁ ଜବର ଦଖଲ କରି ସେଠାରେ ଏକ ବ୍ୟକ୍ତିଗତ ରୋଷେଇ ଘର ନିର୍ମାଣ କରିଛନ୍ତି । ଯାହା ଫଳରେ ୫ବର୍ଷ ହେବ ଅର୍ଥ ପଡ଼ିରହିଛି । ସେହିପରି ଗାଁର ଅଙ୍ଗନୱାଡ଼ି(ଗ) କେନ୍ଦ୍ର ନିଜ ଜାଗା ଅଭାବରୁ ନିର୍ମାଣ ହୋଇପାରୁ ନାହିଁ । ଏଥିପାଇଁ ପୂର୍ବରୁ ଦେଓଗାଁ ବିଡ଼ିଓ, ୨୦୧୯ ମସିହା ଡିସେମ୍ବର ୨ ତାରିଖ ଜିଲ୍ଲାପାଳ ଏବଂ ୨୦୨୦ ଜାନୁଆରୀ ୩ ତାରିଖରେ ସରପଞ୍ଚଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ପଞ୍ଚାୟତରେ ଧାରଣା ଦେଇ ଦାବୀପତ୍ର ଦିଆଯାଇଥିଲା । ଆଜି ପର୍ୟ୍ୟନ୍ତ ଏହାର କୌଣସି ସୁଫଳ ମିଳିନାହିଁ । ସରକାର ଗୁଣାତ୍ମକ ଶିକ୍ଷା କହି ମହିଳା ଶିଶୁ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାବା ନେଇଥିବା ବେଳେ ଏହି କେନ୍ଦ୍ରରେ ଅଧ୍ୟୟନରତ ଶିଶୁମାନଙ୍କ ମୌଳିକ ଅôଧକାର କ୍ଷୂର୍ଣ୍ଣ ହେଉଛି । ଗୌଡ଼ଗୋଠ ଗାଁରେ ଥିବା ‘କ’ ଓ ‘ଗ’ ଅଙ୍ଗନୱାଡି କେନ୍ଦ୍ରର କୋଠା ନିମନ୍ତେ ମହିଳା ମିଶନ ଶକ୍ତି ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଗ୍ରାମବାସୀ ଏକ ଦାବଷପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରର ନକଲ ପତ୍ର ରାଜ୍ୟ ସରକାରଙ୍କ ୫-ଟି ସଚିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.