ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଏନ୍ ସିଂଦେଓ ସ୍ପୋର୍ଟସ୍ ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବଲାଙ୍ଗିର ଉଷୁ ସଂଘ ମିଳିତ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୪ରୁ ୧୭ ବର୍ଷର ବାଳକ, ବାଳିକା ବିଭାଗ ମୋଟ୍ ୭୮ ଜଣ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଉଦ୍ଘାଟନି ସମାରୋହରେ ମୁଖ୍ୟ ଅତିଥି ରୂପେ ଜିିଲ୍ଲା ସହ ଶାରୀରିକ ଅଧିକାରୀ କେଶବ ମେହେର, ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ପ୍ରଦୀପ ପାତ୍ର ଏବଂ ଅଫିସିଆଲ ଭାବରେ ଅସୀମ ଭୋଇ, ହୃଦୟ ଶବର, ଚନ୍ଦ୍ରଶେଖର ବହୁକ, ପ୍ରଶାନ୍ତ ପାତ୍ର ଖେଳକୁ ପରିଚାଳନା କରିଥିଲେ ଏବଂ ରୁସ୍ତମ ନାୟକ, ମୁରଲୀ ମହାକୁର, ରିମା ସୁନା ଖେଳକୁ ସହଯୋଗ କରିଥିଲେ । ମନୋନୀତ ଖେଳାଳିମାନେ ହେଲେ ସୁହାନି ଗୁରହାଣ୍ଡି, ଦିୟା ସାଗର, ସ୍ମୃତିରେଖା ଭୁଏ, ସୀତା ବରିହା, ହେମାଳିନୀ ହୋତା, ରେଶମା ଡାଙ୍ଗ, ଆଂଶିକା ପଟେଲ, ଅଭିପ୍ସା ହୋତା, ଗୌରବ ମହାକୁର, ଅଭିନାଶ ଭୁଏ, ମୋହିତ ରୋହି ଦାସ, ରଞ୍ଜନ ଉଦୁରକୁଲିଆ, ବଳରାମ ମେହେର, ଅମିତ କୁମାର ନନ୍ଦ, ରୁଦ୍ର ମେହେର, ନିଖିଳ ବଗର୍ତ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ମନୋନୀତ ଖେଳାଳିମାନେ ଆସନ୍ତା ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପିଆର୍ ହାଇସ୍କୁଲ ବଲାଙ୍ଗିର ଠାରେ ନିଜ ନିଜ ବିଭାଗରେ ଅଂଶଗ୍ରହଣ କରିବେ ବୋଲି ଉଷୁ ସଂଘର ସମ୍ପାଦକ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।