ସପ୍ତମ ହିରୋ ଇଣ୍ଟର୍‌ ନେସ୍‌ନାଲ୍‌ ଚାମ୍ପିଅନ୍‌ସିପ୍‌ରେ ରାଉରକେଲାରୁ ୪ ମନୋନିତ

ରାଉରକେଲା, (କେପିଏନ୍‌ଏସ୍‌) : ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦ ନେକ୍ସଟ୍ ଜେନ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ଆନନ୍ଦ କୁମାର ସୁନାଙ୍କ ନେତୃତରେ ଏକ ସମ୍ବାଦ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁନା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ବ୍ୟାଙ୍କକ୍‌ ଠାରେ ଆୟୋଜିତ ୭ତମ ହିରୋ ତାଇକୋଣ୍ଡୋ ଇଣ୍ଟର୍‌ ନେସନାଲ୍‌ ଚାମ୍ପିଅନ୍‌ସିପ୍‌ ୨୦୨୪ ପାଇଁ ରାଉକେଲାରୁ ୪ ପ୍ରତିଯୋଗୀ ମନୋନିତ ହୋଇଛନ୍ତି । ଏହି ୪ ଜଣ ଛାତ୍ର ଅମନ୍ ମୁଣ୍ଡା, କୌଶିକ କୁମାର ଓ ସୌମ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିବେ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ କୁମାର ସୁନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.