ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଚୁଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚୁଡାପାଲିଠାରେ ଆଜି ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସଂଘର ନବନିର୍ବାଚିତ ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭରେ ସଭାପତି ଆସନ୍ତା ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ କାର୍ଯ୍ୟକାରୀ ସଭାପତି ଭାବେ ସନ୍ଦୀପ କୁମାର କୁଅଁର, ଉପସଭାପତି ଭାବେ ଅଶୋକ ନାରାୟଣ ଭୋଇ, ସୁଧାକର ଦାସ, ସୁଶାନ୍ତ ବାରିକ, ସାଧାରଣ ସମ୍ପାଦକ ଭାବେ ଶ୍ୟାମ ସୁନ୍ଦର ମେହେର, ସଂଗଠନ ସମ୍ପାଦକ ଭାବେ ହୁଲେଶ୍ୱର ହଂସ, ସହ ସମ୍ପାଦକ ଭାବେ ବିରଞ୍ଚି ନାଏକ, ଦେବରାଜ ନାହାକ, ଗୁରୁଦୟାଲ ହଂସ, ସୁଦାମ ଚରଣ ବଘାର, କୋଷାଧ୍ୟକ୍ଷ ଭାବେ ବିମଳେନ୍ଦୁ ସାହୁ, ଉପଦେଷ୍ଟା କମିଟିରେ ଆନନ୍ଦ ଚନ୍ଦ୍ର ସାହୁ, ବାଳକୃଷ୍ଣ ମିଶ୍ର, ସୁଶୀଲ କୁମାର ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଅନ୍ତିମ ପାଣିଗ୍ରାହୀ, ଅଜିତ କୁମାର ପୁରୋହିତ, ଅଶୋକ କୁମାର ସାହୁ, ଅନ୍ତର୍ୟ୍ୟାମି ସାହୁ, ବିରାଜନନ୍ଦ ପାଢ଼ୀ, ବ୍ୟାସଦେବ ଥନାପତି, ଦୀପକ ଖମାରୀ, ଜୀବନାନନ୍ଦ ମହାନ୍ତି, ଶାନ୍ତିଶୃଙ୍ଖଳା କମିଟିରେ ଚିନ୍ତାମଣି ରାଉତ, ଶ୍ୟାମପ୍ରସାଦ ଗୁରୁ, ସୁବାଷ ଚନ୍ଦ୍ର ମିଶ୍ରଙ୍କ ନାମ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବିଜୟାନନ୍ଦ ଦାସ, ବିମଲ ଦାସ, କୈଳାସ ସଗ୍ରିଆ, ଲଳିତ ମଲ୍ଲିକ, ତ୍ରିନାଥ ସାହୁ, ରାଧେଶ୍ୟାମ ମେହେର, ଅଜିତ ମିଶ୍ର, ମହେଶ କର ପ୍ରମୁଖ ଏହି ସାଧାରଣ ପରିଷଦ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂଘ ତରଫରୁ ସାଂଗଠନିକ ବୈଠକ ଜିଲ୍ଲାର ବିଭିନ୍ନ ଅଂଚଳରେ ଆୟୋଜନ କରାଯିବାକୁ ତଥା ସଂଘର ସଦସ୍ୟମାନଙ୍କ ସାମୁହିକ ସ୍ୱାର୍ଥକୁ ନେଇ ପ୍ରଶାସନ ସ୍ତରରେ ଚାପ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଆଲୋଚନାରେ ମତପ୍ରକାଶ ପାଇଥିଲା ।

jittmm
Leave A Reply

Your email address will not be published.