ରେଳ ଉପଭୋକ୍ତା ସଂଘର ସଭାପତି କ୍ଷେତ୍ରୀୟ ରେଲୱେକୁ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘ ତରଫରୁ କେନ୍ଦ୍ର ରେଳବାଇ ବିଭାଗ ଓ ଭୁବନେଶ୍ୱର ସ୍ଥିତ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଚିଠି ଲେଖିଲା ପରେ ସଂଘକୁ ରେଲୱେ କମିଟି ଦ୍ୱାରା ସ୍ୱିକୃତି ମିଳିଛି । ତେଣୁ ସେମାନେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କୁ କ୍ଷେତ୍ରୀୟ ରେଲୱେ ଉପୟୋଗ କର୍ତ୍ତା ପରାମର୍ଶଦାତ୍ରୀ ସମିତି (ଜେଡ୍‌ଆର୍‌ୟୁସିସି)ର ସଭ୍ୟ ରୂପେ ମନୋନୀତ କରିଛନ୍ତି । ତେଣୁ ସଂଘ ତରଫରୁ ଖୁସି ପ୍ରକାଶ କରି ଉଭୟ ଦିଲ୍ଲୀ ରେଲୱେ ବୋର୍ଡ ଏବଂ ଭୁବନେଶ୍ୱର ସ୍ଥିତ ଜେନେରାଲ ମ୍ୟାନେଜରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ସଂଘ ତରଫରୁ ଅଶୋକ ଚାନ୍ଦ, ଦିବାକର ହୋତା, ବାସୁଦେବ ନାଗ, ମାଲପଡା ନାଗରିକ କମିଟି ସଭାପତି ଯୁଧିଷ୍ଠିର ମିଶ୍ର, ନରେନ୍ଦ୍ର କବାଟ, ମୋତିଲାଲ ସାହୁ, ରାମ ମିଶ୍ର, ନାଗରିକ କମିଟିର ଉପସଭାପତି ନିତ୍ୟାନନ୍ଦ ମିଶ୍ର, ବରିଷ୍ଠ ନାଗରିକ ମଂଚ ତଥା ନାଗରିକ କଲ୍ୟାଣ ସମିତିର ସଭାପତି ପ୍ରଭାକର ମିଶ୍ର, ଭାରତୀୟ ଶିକ୍ଷଣ ମଣ୍ଡଳ ତଥା ଅଭିନନ୍ଦନ ସାହିତ୍ୟ ସଂସଦ ତରଫରୁ ଧର୍ମବ୍ରତ ରଥ, ଆର୍ଯ୍ୟ ସମାଜର ସଭାପତି ସୁବ୍ରତ ବହିଦାର, ହିତେଶ ସାହୁ ପ୍ରମୁଖ ପ୍ରଫେସର ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.