ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମଣ୍ଡଳୀର ପୁନର୍ଗଠନ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଉପଦେଷ୍ଟା ଭାବେ ସ୍ଥାନ ପାଇଛନ୍ତି । ଏହି ଉପଦେଷ୍ଟା ମଣ୍ଡଳୀରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିବା ବେଳେ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏହି ମଣ୍ଡଳୀର ମଧ୍ୟ ଅଧ୍ୟକ୍ଷ ରହିବେ । ଏହାଛଡ଼ା ଆୟୋଗର ଅନ୍ୟ ଦୁଇଜଣ ସଦସ୍ୟ ମଧ୍ୟ ଏହି ଉପଦେଷ୍ଟା ମଣ୍ଡଳୀରେ ସଦସ୍ୟ ରହିଥିବା ଜଣାପଡ଼ିଛି । ଏହି ନୂତନ ମନୋନୟନ ବାବଦରେ ପ୍ରଚାରିତ ହେବାପରେ ରାଉରକେଲା ସମେତ ବିଭିନ୍ନ ସ୍ଥାନରୁ ଜଣାଶୁଣା ଲୋକେ ଶ୍ରୀ ମହାପାତ୍ରଙ୍କୁ ସାକ୍ଷାତ କରି ଏବଂ ଫୋନରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.