oom

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ନୂତନ ସଭାପତି ଭାବେ ଡ. ଅଶୋକ କୁମାର ମହାନ୍ତି ମନୋନୀତ

jsmm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ସଂ-୨୮୨୧୪/ଏଚ୍ ଇ, ତା-୧୦-୦୯-୨୦୨୦ ଜରିଆରେ ସଂଶୋଧିତ ଓଡିଶା ଶିକ୍ଷା ନିୟମ ୧୯୯୧, ନିୟମ-୨୫ ଅନୁଯାୟୀ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ପ୍ରତିଷ୍ଠା, ଅନୁମୋଦନ ଓ ପରିଚାଳନାଗତ ନିଷ୍ପତ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପୁରୀ ଜିଲ୍ଲାର ବିଭିନ୍ନ ସ୍ନାତକ ମହାବିଦ୍ୟାଳୟ ପାଇଁ ପରିଚାଳନା ନିକାୟ(ଗଭର୍ଣ୍ଣିଂଗ ବଡି)ର ସଭାପତି ମନୋନୟନ କରି ବୁଧବାରରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ତନ୍‌ମଧ୍ୟରୁ ଡେଲାଂଗ ବ୍ଲକର ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ ପାଇଁ ଡେଲାଂଗ +୨(ଯୁକ୍ତ ଦୁଇ) ମହାବିଦ୍ୟାଳୟର ଅବସରପ୍ରାପ୍ତ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ଡ. ଅଶୋକ କୁମାର ମହାନ୍ତି ସଭାପତି ରୂପେ ମନୋନୀତ ହୋଇଥିଲା ବେଳେ କଲ୍ୟାଣପୁର ସ୍ନାତକ ମହାବିଦ୍ୟାଳୟ ପାଇଁ ବିଶିଷ୍ଟ ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ ସଭାପତି ରୂପେ ମନୋନୀତ ହୋଇଛନ୍ତି । ନୂତନ ସଭାପତିଙ୍କ ନେତୃତ୍ୱ, ମାର୍ଗଦର୍ଶନ ଓ ଶିକ୍ଷା ବିଭାଗ ସମ୍ବନ୍ଧୀୟ ଦୀର୍ଘ ଦିନର ଅଭିଜ୍ଞତା ଅନୁଷ୍ଠାନର ଉତ୍ତୋରତର ଉନ୍ନତି ସାଧନରେ ସହାୟକ ହେବ ବୋଲି ମହାବିଦ୍ୟାଳୟର କର୍ମଚାରୀ ଦୃଢ ଆଶା ପ୍ରକଟ କରିବା ସହିତ ନୂତନ ସଭାପତିଙ୍କୁ ତାଙ୍କର ମନୋନୟନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.