ସନ୍ତୋଷ ଟ୍ରଫି ମନୋନୟନ ଶିବିର ପାଇଁ ୟୁନାଇଟେଡ ସ୍ପୋର୍ଟସ କ୍ଲବର ୮ ଖେଳାଳି ମନୋନୀତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଖିଳ ଭାରତୀୟ ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜାତୀୟ ଫୁଟବଲ୍ ପ୍ରତିଯୋଗିତା ସନ୍ତୋଷ ଟ୍ରଫି – ୨୦୨୧ ପାଇଁ ହେବାକୁ ଥିବା ଚୟନ ପ୍ରକିୟା ପାଇଁ ବରଗଡ ୟୁନାଇଟେଡ ସ୍ପୋର୍ଟସ କ୍ଲବର ୮ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ଏହି ଖେଳାଳିମାନେ ହେଲେ ଜମିର ଓରାମ, ସିଦ୍ଧାନ୍ତ ପ୍ରଧାନ, ବିଶାଳ ଟିଗା, ପ୍ରଭାତ ଦଂସନା, ଆନନ୍ଦ ଓରାମ, ଦୀପକ ଓରାମ, ରାକେଶ ଓରାମ, ଅମର ଲାକ୍ରା ପ୍ରମୁଖ । ଉକ୍ତ ଖେଳାଳିମାନେ କଟକଠାରେ ଆରମ୍ଭ ହେଉଥିବା ଏହି ଚୟନ ଶିବିରରେ ଯୋଗଦେବେ । ଫାଓ ପକ୍ଷରୁ ଆୟୋଜିତ ଆନ୍ତଃ ଜିଲ୍ଲା ଆନ୍ତଃ କ୍ଲବ ପ୍ରତିଯୋଗିତାରେ ବରଗଡର ୟୁନାଇଟେଡ ସ୍ପୋର୍ଟସ କ୍ଲବ ଚମ୍ପିୟାନ ହୋଇଥିବାରୁ ଦଳକୁ ଓ ସନ୍ତୋଷ ଟ୍ରଫି ପାଇଁ ହେବାକୁ ଥିବା ଚୟନ ଶିବିର ପାଇଁ ମନୋନୀତ ଖେଳାଳିମାନଙ୍କୁ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଉପସଭାପତି ଯୁଗଳ ପ୍ରସାଦ ସିଂ, ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ବିମଳ କିଶୋର ଦେବତା ଓ ପ୍ରଭାତ ଆଦିତ୍ୟ ମିଶ୍ର, କ୍ରୀଡା ସମ୍ପାଦକ ହରଦିପ ସିଂ, ଫୁଟବଲ୍ ସମ୍ପାଦକ ସେକ ଶବବ୍ଦର, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଇଣ୍ଡୋର ଗେମ୍ସ ସମ୍ପାଦକ ରବି ପଣ୍ଡା, ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, କ୍ରିକେଟ ସମ୍ପାଦକ ଅମିୟ ଭୂଷଣ ସାହୁ, କାଉନସିଲ ସଦସ୍ୟ ଦିଲୀପ ସାୱଡ଼ିଆ, ପ୍ରଦୀପ କୁମାର ସାହୁ, ବିଷ୍ଣୁ ପ୍ରସାଦ ଧାନୁକା, ମହେନ୍ଦ୍ର କୁମାର ଦାଶ, ରଜତ ଦାଶ, ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଅତିଶ ପଣ୍ଡା, ପ୍ରେମନାଥ ଗିରି, କମଳ ଲୋଚନ ନାୟକ, ଜ୍ଞାନ ରଞ୍ଜନ ପୁଝାରୀ, ପ୍ରଦିପ ପ୍ରଧାନ, ମନୋରଞ୍ଜନ କୁମ୍ଭାର, ପ୍ରତାପ ଦାଶ, ପଞ୍ଚାନନ ପାତ୍ର, ଅକ୍ଷୟ ପ୍ରଧାନ, ଡୋଲାମଣି ସାହୁ, ଚନ୍ଦ୍ରଭାନୁ କୁମ୍ଭାର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି କଟକ ଓ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତାରେ ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛି । (ଫାଓ) ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ହେଉଥିବା ଏହି ପ୍ରତିଯୋଗିତାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ୧-୦ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି ।

Leave A Reply

Your email address will not be published.