ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ଆଇସିଡିଏସ୍ ବିଭାଗର ବେଖାତିର ମନୋଭାବ : ବେଲଗାଁ ପରେ ଭଦ୍ରାକୁ ମଧ୍ୟ ଆସିଲେଣି ଅଧିକାରୀ, ହିତାଧିକାରୀ ଅସନ୍ତୋଷ
ସଇଁତଲା, (ପ୍ରମୋଦ ସେଲମା) : ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି କରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ କେତେକ ବିଭାଗ ବେଖାତିର କରି ଶୁଣାଣିକୁ ଯାଉ ନଥିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଉଛି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତରେ । ପ୍ରକାଶ ଯେ, ପ୍ରତ୍ୟେକ ସୋମବାର ଦିନ ବ୍ଲକ ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝି ସମାଧାନ କରିବା ସରକାର ଏକ ମାଧ୍ୟମ କରିଛନ୍ତି । କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଏହି ବ୍ଲକ ପ୍ରଶାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ ଗତ ୧୫ ତାରିଖ ଦିନ ଭଦ୍ରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । କିନ୍ତୁ ଅଧିକାଂଶ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖା ଦର୍ଶନ ମିଳିନଥିଲା । ଯାହା ଫଳରେ ଆସିଥିବା ହିତାଧିକାରୀମାନେ ବିଭିନ୍ନ ଅଭିଯୋଗ ପାଇଁ ନିରାଶ ହୋଇ ଫେରିଗଲେ । ଏହି ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଅଙ୍ଗନୱାର୍ଡ କେନ୍ଦ୍ର କିପରି ଛୁତୁଆ, ଅଣ୍ଡା ବଣ୍ଟନ ସହ ଗର୍ଭବତୀ ମହିଳାମାନେ ସରକାର ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆପତ୍ତି ରହିଥିବା ବେଳେ କୋଣସି କର୍ମଚାରୀ ଆସିନଥିଲେ । ସେହିପରି ବେଲଗାଁ ପଞ୍ଚାୟତରେ ପରେ ଭଦ୍ରାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଏହି ଆଇସିଡିଏସ୍ ବିଭାଗର ସମସ୍ତ କର୍ମଚାରୀ ଅନୁପସ୍ଥିତ ରହିଥିଲେ । ଯାହା ଫଳରେ ବିଭାଗୀୟ ଅଧିକାରୀ ବେଖାତିର ବୋଲି ସାଧାରଣରେ ପ୍ରଶ୍ନବାଚୀ ଦେଖାଦେଇଛି । ଏନେଇ ସିଡିପିଓ ଗୋଲାପୀ ନାଏକଙ୍କୁ ପଚାରିବାରୁ ସର୍ଭେ ରିପୋର୍ଟରେ ବ୍ୟସ୍ତତା ଯୋଗୁଁ ବୈଠକରେ ସମ୍ଭବ ହେଲା ନାହିଁ । ଏପରିକି ଉକ୍ତ ପଞ୍ଚାୟତର ସୁପର୍ଭାଇଜର ମଧ୍ୟ ୨ ଗୋଟି ପଞ୍ଚାୟତ ଦାୟିତ୍ୱରେ ଥିବାବେଳେ ସେ ମଧ୍ୟ ଯାଇନଥିବା ପ୍ରକାଶ କରିଥିଲେ । ଏ ସମ୍ପର୍କରେ ବିଡ଼ିଓ ବିନୟ ଭୋଇଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀମାନଙ୍କୁ ଏ ଦିଗରେ ରିପୋର୍ଟ ମଗାଯିବ ବୋଲି ପ୍ରକାଶ କରିଥିଲେ । ଏଣୁ ବ୍ଲକ ପ୍ରଶାସନର ଅଭିଯୋଗ ଶୁଣାଣି ସମୟରେ କୋଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନହେଲେ ତାଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ଦାବୀ ହେଉଛି ।