centurian jitm

ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁରି

• ରାଜ୍ୟ ପାଇଁ ୬୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍‌ ଜନମନ) ଅଧୀନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରିଛି । ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବ । ବର୍ତ୍ତମାନ ସୁଦ୍ଧା ପିଏମ୍‌ ଜନମନ ଯୋଜନାରେ ଓଡ଼ିଶା ପାଇଁ ୨୧୧.୧୪ କିଲୋମିଟର ଲମ୍ବ ୬୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଏ ବାବଦରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୧୯ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ସୂଚନାଯୋଗ୍ୟ ପିଏମ୍ ଜନମନ ଯୋଜନାରେ, ଅତି ପଛୁଆ ଜନଜାତି ଗୋଷ୍ଠୀ (ପିଭିଟିଜି) ବସତିକୁ ସବୁଦିନିଆ ସଡ଼କ ଯୋଗାଯୋଗ ପ୍ରଦାନ କରାଯାଉଛି । ଏହାଦ୍ୱାରା ପିଭିଟିଜି ସମ୍ପ୍ରଦାୟ ବହୁଳ କ୍ଷେତ୍ରରେ ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ । ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେବ, ଉପାନ୍ତ ଗାଁ ଓ ସହରୀ କେନ୍ଦ୍ର ମଧ୍ୟରେ ବ୍ୟବଧାନ ଦୂର ହେବ । ସ୍ଥାନୀୟ ଅଞ୍ଚଳର ବିକାଶ ସହ ବାଣିଜ୍ୟ କାରବାର, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ବଜାର ଭଳି ସୁବିଧାସୁଯୋଗ ପହଞ୍ଚି ପାରିବ । ଏହାଦ୍ୱାରା ରୋଜଗାର ସୃଷ୍ଟି ହେବା ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ । ପିଏମ୍‌ ଜନମନ ଯୋଜନାକୁ ବିକଶିତ ଭାରତ ଦୃଷ୍ଟିକୋଣ ନେଇ ପ୍ରସ୍ତୁତ କରାଯାଇଛି । ଏହା ଅଧୀନରେ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକର ପରିବର୍ତ୍ତନକାରୀ ପ୍ରଭାବ ଜନଜାତୀୟ ସମୁଦାୟର ବିକାଶ ଓ ସମୃଦ୍ଧିରେ ଯୋଗଦାନ କରିବା ସହିତ ସେମାନଙ୍କର ସମାବେଶୀ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ମଜଭୁତ ହେବ ।

Leave A Reply

Your email address will not be published.